ରାଜ୍ୟରେ ଆଜିସୁଦ୍ଧା ଦିଆଗଲାଣି ୭.୮୬ କୋଟିରୁ ଅଧିକ ଟୀକା
ଭୁବନେଶ୍ୱର : କରୋନା ଟୀକାକରଣ ଅଭିଯାନରେ ଆଜି ସୁଦ୍ଧା ରାଜ୍ୟରେ ସମୁଦାୟ ୭ କୋଟି ୮୬ ଲକ୍ଷ ୮୯ ହଜାର ୨୦୨ ସଂଖ୍ୟାରେ ଟିକା ଦିଆଗଲାଣି ।
ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ଅନୁସାରେ ସୋମବାର ସକାଳ ସୁଦ୍ଧା ରାଜ୍ୟରେ ସମୁଦାୟ ଦିଆ ଯାଇଥିବା ଟିକାରୁ ପ୍ରଥମ ଡୋଜ ନେଇଥିବା ଲୋକଙ୍କ ସଂଖ୍ୟା ୩ କୋଟି ୫୨ ଲକ୍ଷ ୧୬ ହଜାର ୩୦୯ ଜଣ ଥିବା ବେଳେ ଦ୍ୱିତିୟ ଡୋଜ ନେଇଥିବା ଲୋକଙ୍କ ସଂଖ୍ୟା ୩ କୋଟି ୨୮ ଲକ୍ଷ ୪୭ ହଜାର ୪୨୭ ଜଣ । ଏହା ସହିତ ବୃଷ୍ଟର ଡୋଜ ନେଇଥିବା ଲୋକଙ୍କ ସଂଖ୍ୟା ୧ କୋଟି ୦୬ ଲକ୍ଷ ୨୫ ହଜାର ୪୬୬ ଜଣ । ଜିଲ୍ଲା ମାନଙ୍କ ମଧ୍ୟରେ ଗଂଞାମ ଜିଲ୍ଲାରେ ସମୁଦାୟ ୬୯ ଲକ୍ଷ ୭୯ ହଜାର ୭୩୨ ଜଣଙ୍କୁ ଟିକା ଦିଆଯାଇଛି ଯାହା ସବୁ ଜିଲ୍ଲା ମାନଙ୍କଠାରୁ ଆଗରେ ଅଛି ବୋଲି ସୂଚନା ଦିଆଯାଇଛି ।