ବାଲେଶ୍ୱର ଜିଲ୍ଲା ଆଥେଲେଟିକ ଆସୋସିଏସନ ଆନୁକୁଲ୍ୟରେ ସ୍ଥାନୀୟ ଖ୍ରୀଷ୍ଟିଆନ ହାଇସ୍କୁଲ ପଡିଆରେ ଜିଲ୍ଲା ସବ ଜୁନିୟର (୧୪ ବର୍ଷରୁ କମ୍) ବାଳକ ଓ ବାଳିକା ମାନଙ୍କର ଖୋଖୋ ପ୍ରତିଯୋଗିତା ଅନୁଷ୍ଟିତ ହୋଇଯାଇ ଅଛି
ବାଲେଶ୍ୱର : ଏହି ପ୍ରତିଯୋଗିତା ରେ ୮ ଟି ବାଳକ ଓ ୭ ଟି ବାଳିକା ଦଳ ଅଂଶ ଗ୍ରହଣ କରିଥିଲେ । ସକାଳ ୯ ଘଟିକା ସମୟରେ ଉଦଘାଟନୀ ଉତ୍ସବରେ ଜିଲ୍ଲା କ୍ରୀଡାସଂଘ ଉପସଭାପତି ଶ୍ରୀ ବୀରେଦ୍ର କୁମାର ସ୍ୱାଇଁ ସଭାପତିତ୍ୱ କରିଥିଲେ । ଖ୍ରୀଷ୍ଟିଆନ ହାଇସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀ ନାରାୟଣ ପୁଷ୍ଟି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହି ପ୍ରତିଯୋଗିତା କୁ ଉଦଘାଟନ କରିଥିଲେ । କ୍ରୀଡାସଂଘ ର ଖୋଖୋ ୟୁଗ୍ମ ସଂମ୍ପାଦକ ଶ୍ରୀ କାର୍ତୀକ ଚନ୍ଦ୍ର୍ର ନାୟକ ପ୍ରତିଯୋଗିତା ସଂର୍ପକରେ ସମ୍ୟକ ସୁଚନା ଦେଇଥିଲେ । ଏହି ସଭାରେ ୟୁଗ୍ମ ସଂମ୍ପାଦକ ଜଗଦିଶ ବେହେରା , ପ୍ରଦିପ ଦାସ, ନିମାଇ ଚରଣ ରାଉତରାୟ,ଜନ୍ମଜୟ ଦେ,ଚିତରଂଜନ ପାସା,କପ୍ଲଲତା ରଥ,ଖୋଖୋ କୋଚ ମଲୟ ରଂଜନ ବେହେରା,ନିକଟରେ ଓଡିଶା ଜଗରନଟ ରେ ଖେଳିଥିବା ଜଗନ୍ନାଥ ମୁର୍ମୁ,ଲିପୁନ ମୁଖି. ସିଦେଶ୍ୱର ଟୁଡୁ,ସୁକନାଥ ସିଂ ଓ ବହୁ କ୍ରୀଡା ଶିକ୍ଷକ ଉପସ୍ଥିତ ଥିଲେ । କ୍ରୀଡାସଂଘ ର ସାଧାରଣ ସମ୍ପାଦକ ଅଭୟ ମହାପାତ୍ର ପ୍ରତିଯୋଗିତା ମଧ୍ୟଭଗରେ ଉପସ୍ଥିତ ହୋଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିବା ସଂଗେ ସଂଗେ ସେହିସମୟରେ ଚାଲିଥିବା ଦୁଇଦଳ ଖେଳାଳୀ ମାନଙ୍କ ସହିତ ପରିଚିତ ହୋଇଥିଲେ । କ୍ରୀଡାସଂଘ ତରପଂରୁ ମଧ୍ୟାନ୍ନ ଭୋଜନର ଆୟଜନ କରାଯାଇଥିଲା ।ବାଳିକା ଦଳ ମଧ୍ୟରୁ ଛାନୁଆ ହାଇସ୍କୁଲ ଚମ୍ପୀୟାନ ହୋଇଥିବା ବେଳେ ବାରବାଟୀ ହାଇସ୍କୁଲ ଓ ବଡକିଆ ୟୁଜିୟୁପି ସ୍କୁଲ ମିଶ୍ରିତ ଦଳ ରନର୍ସସାପ ହୋଇଥିଲେ । ବାଳକ ମାନଙ୍କ ମଧ୍ୟରୁ ମାହବୀର ହାଇସ୍କୁଲ ଚମ୍ପୀୟାନ ଓ ମ୍ୟୁନିସିପାଲ ହାଇସ୍କୁଲ ରନର୍ସସାପ ହୋଇ ଅତିଥି ମାନଙ୍କ ଠାରୁ ଟ୍ରପୀଂ ଗ୍ରହଣ କରିଥିଲେ । ଏହି ପ୍ରତିଯୋଗିତା ରୁ ଚୟନ ହୋଇଥିବା ଖେଳାଳୀ ମାନଙ୍କୁ ସତନ୍ର ତାଲିମ ଦିଆଯାଇ ଜିଲ୍ଲା ତରପଂରୁ ପ୍ରତିଯୋଗିତା ରେ ଅଂଶଗ୍ରହଣ କରିବା ପାଇଁ ସୁଯୋଗ ଦିଆଯିବ । ଏହି ପ୍ରତିଯୋଗିତା କୁ ସପଂଳ କରାଇବାରେ କ୍ରୀଡାସଂଘ ର ବରିଷ୍ଟ ସଭ୍ୟ ଖ୍ରୀଷ୍ଟିଆନ ହାଇସ୍କୁଲ ର କ୍ରିଡା ଶିକ୍ଷକ ଚିତରଂଜନ ପାସା ଙ୍କ ସହଯୋଗ ଅତୁଳନୀୟ , ଖେଳ ପରିଚାଳନାରେ ଖୋଖୋ କୋଚ ମଳୟ ରଂଜନ ବେହେରା ଙ୍କ ସହିତ ଜଗନ୍ନାଥ ମୁର୍ମୁ,ଲିପୁନ ମୁଖି. ସିଦେଶ୍ୱର ଟୁଡୁ,ସୁକନାଥ ସିଂ,ତପନ ସିଂ,ଓ ଦିପକ ସିଂ ସହାୟତା କରିଥିଲେ ବୋଲି ସାଧାରଣ ସମ୍ପାଦକ ଅଭୟ ମହାପାତ୍ର ଜଣାଇଛନ୍ତି ।