ଶୁଷ୍କ ଜୈବିକ ବର୍ଜ୍ୟବସ୍ତୁର ଅପଘଟନ ସମ୍ପର୍କିତ ଆଲୋଚନା ଚକ୍ର ଅନୁଷ୍ଠିତ
ଭାବା ଆଣବିକ ଗବେଷଣା କେନ୍ଦ୍ର, ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ବିଭାଗ, କୃଷି ବିଭାଗ, କୃଷକ ସଶକ୍ତି କରଣ ବିଭାଗ, କୃଷି ବିଜ୍ଞାନ କେନ୍ଦ୍ର, ବାରିପଦା ଓ ଯଶିପୁର, ବାରିପଦା ମହାବିଦ୍ୟାଳୟର ଉଦ୍ଭିଦ ଓ ପ୍ରାଣୀବିଜ୍ଞାନ ବିଭାଗର ମିିଳିତ ଆନୁକୁଲ୍ୟରେ ସ୍ୱଚ୍ଛତା ପାଳନର ଅନ୍ତିମ ଦିନରେ ଶୁଷ୍କ ଜୈବକ ବର୍ଜ୍ୟବସ୍ତୁର, ଅପଘଟନରୁ କିଭଳି ଜୈବିକ ସାର ପ୍ରସ୍ତୁତ ହୁଏ ସମ୍ପର୍କିତ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଲିଭା ପୋଥାଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା କୃଷି ବିଭାଗର ମୁଖ୍ୟ ଅଧିକାରୀ ରବୀନ୍ଦ୍ର କୁମାର ଖଟୁଆ, ପ୍ରକଳ୍ପ ନିର୍ଦ୍ଦେଶକ, ଜଳଛାୟା, ମୟୂରଭଞ୍ଜ ଭବାନୀ ଶଙ୍କର କାଳ, ଅବୈତନିକ ବନ୍ୟପ୍ରାଣୀ ତତ୍ୱାବଧାରକ, ବିବେକାନନ୍ଦ ପଟ୍ଟନାୟକ, ବାରିପଦା ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗର ପ୍ରଧ୍ୟାପିକା ଡ. ସ୍ମିତା ମହାନ୍ତି, ସହଯୋଗୀ ପ୍ରଫେସର ଏମଏସସିବିଡି ଡ. ଗାର୍ଗୀ ମହାନ୍ତି, ମୁଖ୍ୟ ବୈଜ୍ଞାନିକ କୃଷି ବିଜ୍ଞାନ କେନ୍ଦ୍ର ଯଶିପୁର ଡ. ଦୀପକ ମହାନ୍ତି, ଜିଲ୍ଲା କୃଷି ଅଧିକାରୀ ତଥା ନୋଡାଲ୍ ଅଫିସର, ଜୈବିକ କୃଷି ଡ. ମନୋଜ କୁମାର ଚାନ୍ଦ, ବିଭିନ୍ନ ବିଦ୍ୟାଳୟର ପ୍ରଧାନଶିକ୍ଷକ ସର୍ବଶ୍ରୀ ଗୋବିନ୍ଦ ଚନ୍ଦ୍ର ରାଉତ, ଅମିତାଭ ମିଶ୍ର, ମନୋଜ କୁମାର ପରିଡା, ବିଜୟ କୁମାର ନାଥ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମର ଉପାଦେୟତା ସମ୍ପର୍କରେ ଆଲୋକପାତ କରିଥିଲେ । ଶିକ୍ଷୟିତ୍ରୀ ଗାୟତ୍ରୀ ପୃଷ୍ଟି ଅତିଥି ପରିଚୟ, କୁଞ୍ଜବାଳା ମହାନ୍ତ ଓ ଲକ୍ଷ୍ମୀନାରାୟଣ ମହାନ୍ତ ସଞ୍ଚାଳନ ତଥା ରାଜୀବ ଲୋଚନ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ମହାରାଜା କୃଷ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ସ୍ୱଚ୍ଛତା ପକ୍ଷ ନିମିତ୍ତ ଉଦ୍ଦିଷ୍ଟ ବିଭିନ୍ନ ପ୍ରତିଯୋଗିତାରେ ସଫଳ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ।