କେନ୍ଦ୍ରାାଳ ରାଜସ୍ୱ କମିଶନରଙ୍କ ମୟୂରଭଞ୍ଜ ଗସ୍ତ : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବିଭିନ୍ନ ଉପବିଭାଗ ସମେତ ସଂପୃକ୍ତ ବିଭିନ୍ନ ବିଭାଗ ଯୋଜନା କାର୍ଯ୍ୟାନ୍ୱୟନ ଉପରେ ତନଖି ସହ ସମୀକ୍ଷା ମୂଳକ ଆଲୋଚନା
ବାରିପଦା : କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର ଡକ୍ଟର ସୁରେଶ ଚନ୍ଦ୍ର ଦଳାଇ, ଭା.ପ୍ର.ସେ. ମୟୂରଭଞ୍ଜ ଜିଲ୍ଲାଗ୍ରସ୍ତ କାର୍ଯ୍ୟକ୍ରମରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବିଭିନ୍ନ ଉପବିଭାଗ ଏବଂ ସଂପୃକ୍ତ ଲାଇନ୍ ବିଭାଗ ଯୋଜନା କାର୍ଯ୍ୟାନ୍ୱୟନ ଅନ୍ତର୍ଗତ ବିଭିନ୍ନ ଉନ୍ନୟନ ଓ ଜନକଲ୍ୟାଣକାରୀ ଯୋଜନା କାର୍ଯ୍ୟଧାରା ଉପରେ ତନଖି କରିବା ସହ ବିସ୍ତୃତ ଭାବେ ସମୀକ୍ଷା ମୂଳକ ଆଲୋଚନା କରିଛନ୍ତି । କେନ୍ଦ୍ରାଂଚଳ ରାଜସ୍ୱ କମିଶନର ଡ.ଦଳାଇ ତା.୧୨.୦୯.୨୦୨୨ ରିଖ ଠାରୁ ତା.୧୫.୦୯.୨୦୨୨ ରିଖ ପର୍ଯ୍ୟନ୍ତ ୩ ଦିନିଆ ମୟୂରଭଞ୍ଜ ଜିଲ୍ଲାଗସ୍ତ କାର୍ଯ୍ୟକ୍ରମର ତା.୧୩.୦୯.୨୦୨୨ ରିଖ ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ବୈଠକରେ ଯୋଗଦେଇ ବିଶେଷ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରାଜସ୍ୱ, ନ୍ୟାୟିକ, ସଂସ୍ଥାପନ, ସାଧାରଣ ଓ ବିବିଧ, ନିଜାରତ୍, ସବ୍ରେଜିଷ୍ଟ୍ରାର, ଅବକାରୀ ଆଦି ଉପବିଭାଗ ସମେତ ଜିଲ୍ଲା ଜରୁରୀ, ଜିଲ୍ଲା ମଙ୍ଗଳ, ସାଧାରଣ ଯୋଗାଣ, ଜିଲ୍ଲା ସମାଜ କଲ୍ୟାଣ, ଜିଲ୍ଲା ସାମାଜିକ ସୁରକ୍ଷା, ଡିଆରଡିଏ, ଜିଲ୍ଲା ପଂଚାୟତ, ଜିଲ୍ଲା ଶିଶୁ ସୁରକ୍ଷା, ଜିଲ୍ଲା କ୍ରୀଡା, ଡିଆଇପିଆରଓ, ସଳ୍ପ ସଂଚୟ ଆଦି ବିଭିନ୍ନ ବିଭାଗୀୟ କାର୍ଯ୍ୟାନ୍ୱୟନ ଉପରେ ନୀରିକ୍ଷଣ ସହ ଆଲୋଚନା ମୂଳକ ସମୀକ୍ଷା କରିଥିଲେ । ସେହିପରି ଅପରାହ୍ନରେ ରାଜସ୍ୱ ଆୟୂକ୍ତ ଡ. ଦଳାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଫେସିଲିଟେସନ କେନ୍ଦ୍ର ଠାରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକରେ ଯୋଗ ଦେଇ ଜିଲ୍ଲା ପ୍ରଶାସନ ତତ୍ୱାବଧାନରେ ବିଭିନ୍ନ ଲାଇନ ବିଭାଗ ଦ୍ୱାରା ଜିଲ୍ଲାରେ କାର୍ଯ୍ୟକାରୀ କରାଯାଉଥିବା ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ଓ ଜନ କଲ୍ୟାଣକାରୀ କାର୍ଯ୍ୟକ୍ରମ ଅଗ୍ରଗତିର ସ୍ଥିତି ସଂପର୍କିତ ବିଭାଗୱାରୀ ବିଶଦ ଭାବେ ଆଲୋଚନା ମୂଳକ ସମୀକ୍ଷା କରିଥିଲେ । ସମୀକ୍ଷାରେ ବିଶେଷ କରି ଶିକ୍ଷା, ସ୍ୱାସ୍ଥ୍ୟ, ଜିଲ୍ଲା ଗ୍ରାମ୍ୟ ବନ ବିଭାଗ, ଜଳ ଯୋଗାଣ ଓ ପରିମଳ, ଜଳ ଅମଳ ପ୍ରକଳ୍ପ, ସତନ୍ତ୍ର ଭୂଅର୍ଜନ, ଜାତୀୟ ରାଜପଥ ପ୍ରାଧିକରଣ, ପୃ³ (ରାସ୍ତା ଓ ଗୃହ) ସ୍ୱମନ୍ନିତ ଆଦିବାସୀ ଉନ୍ନୟନ ସଂସ୍ଥା,କୃଷି, ଉଦ୍ୟାନ କୃଷି, ପ୍ରାଣୀ ସଂପଦ, ମୟୂରଭଞ୍ଜ ଜଳ ସେଚନ, କ୍ଷୁଦ୍ର ଜଳସେଚନ, ଉଠାଜଳ ସେଚନ, ବିଦ୍ୟୁତ୍ ବିଭାଗ, ଗ୍ରାମ୍ୟ ନିର୍ମାଣ, ଜିଲ୍ଲା ଶ୍ରମ ବିଭାଗ ଆଦି ବିଭିନ୍ନ ବିଭାଗ ଯୋଜନା କାର୍ଯ୍ୟକ୍ରମ ଗୁଡିକର କାର୍ଯ୍ୟକାରିତାର ଅଗ୍ରଗତି ସ୍ଥିତି ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ଓ ସମୀକ୍ଷା କରିଥିଲେ । ସମୀକ୍ଷାରେ ଜାତୀୟ ରାଜପଥ ନର୍ମାଣ କାର୍ଯ୍ୟର ଅଗ୍ରଗତି, ଗ୍ରାମ୍ୟ ନିର୍ମାଣ ଓ ପୁ³ ବିଭାଗ ଯୋଜନାରେ କାର୍ଯ୍ୟକାରୀ କରାଯାଉଥିବା ଗମନାଗମର ରାସ୍ତା, ପୋଲ ସଂଯୋଗୀକରଣ ସରକାରୀ କୋଠାବାଡି ଯଥା ଅଙ୍ଗନୱାଡି କେନ୍ଦ୍ର ଗୃହ ଓ ବିଦ୍ୟାଳୟ ଶ୍ରେଣୀ ଗୃହ ଆଦି ନିର୍ମାଣ କାର୍ଯ୍ୟର ସ୍ଥିତି ସମୀକ୍ଷା କରାଯିବା ସହ ସୁବର୍ଣ୍ଣରେଖା ପ୍ରକଳ୍ପ ଜମି ଅଧିଗ୍ରହଣ ସଂପର୍କିତ ମାମଲାର ସ୍ଥିତି ଅଧିଗ୍ରହଣ ସଂପର୍କରେ ସମୀକ୍ଷା କରାଯାଇଥିଲା । ଶିକ୍ଷା ବିଭାଗ ଯୋଜନା କାର୍ଯ୍ୟକ୍ରମରେ ବିଦ୍ୟାଳୟ ସୁପରିଚାଳନା ଓ ଭି³ିଭୂମି ବିକାଶ ଆଦି ଉପରେ ଆରଡିସି ସମୀକ୍ଷା କରି ପ୍ରତି ମାସରେ ଡିଇଓ ଓ ବିଇଓ ମାନେ ୧୦ ଦିନ ଗସ୍ତ ଯାଇ ବିଦ୍ୟାଳୟ ପରିଦର୍ଶନ କରିବା ସହ ଶିକ୍ଷା ପରିଚାଳନା ବ୍ୟବସ୍ଥା ଉପରେ ସବିଶେଷ ବିବରଣୀ ଦେବାକୁ ଗୁରୁତ୍ୱାରୋପ କରିଥିଲେ । ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ଜିଲ୍ଲାରେ କାର୍ଯ୍ୟକାରୀ କରାଯାଉଥିବା ଯୋଜନା କାର୍ଯ୍ୟକ୍ରମ ଗୁଡିକର ସଫଳ ରୂପାୟନ ଦିଗରେ ବିଶେଷ ଧ୍ୟାନ ଦେଇ କାର୍ଯ୍ୟ ତ୍ୱରାନ୍ନିତ କରାଯିବା ଉପରେ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ସମୀକ୍ଷାରେ ରାଜସ୍ୱ ଆୟୁକ୍ତ ଡ. ଦଳାଇ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ରାଜସ୍ୱ ଆୟୁକ୍ତ ପିଆର୍ଏମ ମେଡିକାଲ କଲେଜ୍ ହସପିଟାଲକୁ ପରିଦର୍ଶନରେ ଯାଇ ସ୍ୱାସ୍ଥ୍ୟ ସେବା ଅନୁଧ୍ୟାନ କରିଥିଲେ । କେନ୍ଦ୍ରାଚଂଳ ରାଜସ୍ୱଙ୍କ ମୟୂରଭଞ୍ଜ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମର କ୍ଷେତ୍ର ପରିଦର୍ଶନ ଓ ଅନୁଷ୍ଠିତ ଉକ୍ତ ବୈଠକରେ ମୟୂରଭଞ୍ଜ ଜିଲ୍ଲାପାଳ ଶ୍ରୀ ବିନୀତ ଭରଦ୍ୱାଜ୍ ଭାପ୍ରସେ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ସୂଚାରୁ ବଳ, ଅତିରିକ୍ତ ଜିଲ୍ଲାପାଳ ସାଧାରଣ ରୁଦ୍ରନାରାୟଣ ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ, ରାଇରଙ୍ଗପୁର ଓ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ହେମନ୍ତ କୁମାର ସିଂ, ଉପଜିଲ୍ଲାପାଳ ତଥା ପୌର ନିର୍ବାହୀ ଅଧିକାରୀ ଅନ୍ୟା ଦାସ ପ୍ରମୁଖ ସମେତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବିଭିନ୍ନ ଉପବିଭାଗର ଡେପ୍ୟୁଟି କଲେକ୍ଟର, ସଂପୃକ୍ତ ଲାଇନ ବିଭାଗ ଅଧିକାରୀ ମାନେ ଯୋଗଦେଇ ଆଲୋଚନାରେ ସକ୍ରୀୟ ଅଂଶଗ୍ରହଣ କରିଥିଲେ ।