ବଳଗଣ୍ଡେଶ୍ୱର ମନ୍ଦିର ରେ ବାର୍ଷିକ ଉତ୍ସବ ପାଳିତ
ବାରିପଦା : ବଡବଜ଼ାର ସ୍ଥିତ ଶ୍ରୀ ଶ୍ରୀ ବାବା ବଳଗଣ୍ଡେଶ୍ୱର ମନ୍ଦିର ପରିସର ଭାଗବତଟୁଙ୍ଗୀ ରେ ଭାଗବତଙ୍କ ଜନ୍ମ ଉପଲକ୍ଷେ ମନ୍ଦିର ର ଅଷ୍ଟମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଉତ୍ସବରେ ପୂଜକ ଗୌରୀ ଶଙ୍କର ପଣ୍ଡାଙ୍କ ଦ୍ୱାରା ପୂଜାଅର୍ଚନା ଓ ହୋମଯଜ୍ଞ କାର୍ଯ୍ୟ ସମ୍ପର୍ଣ ହୋଇଥିଲା । ସଭାପତି ଅଚ୍ୟୁତ ପ୍ରସାଦ ମହାପାତ୍ରଙ୍କ ତତ୍ୱାବଧାନରେ ସର୍ବଶ୍ରୀ ହରେକୃଷ୍ଣ ପଶା, ଉମାକାନ୍ତ ମହାପାତ୍ର, ନରୋତମ ପାଣିଗ୍ରାହୀ, ରିକା ପଣ୍ଡା, ସମୀକ୍ଷା ପାଣିଗ୍ରାହୀ, ଭଗବତୀ ଦାଶ, ସାନ୍ଧ୍ୟରାଣୀ ପଣ୍ଡା, କାମେଶ୍ୱର ରଣା, ସମ୍ବିତ ମହାପାତ୍ର, ରତ୍ନାମଣି ସାହୁ, ରଂଜିତା ମହାପାତ୍ର, ବାସନ୍ତୀ ପଶା, ଅମ୍ବିକା ପଶା, ମନୋରଂଜନ ମହାପାତ୍ରଙ୍କ ସହିତ ବହୁତ ଶ୍ରଦ୍ଧାଳୁ ଭକ୍ତବୃନ୍ଦ ଉପସ୍ଥିତ ରହି ଏହି କାଯ୍ୟକ୍ରମ କୁ ସଫଳ କରିଥିଲେ ।