ସଦଭାବନା ସମିତି ଆନୁକୂଲ୍ୟରେ ସନ୍ଥ ଜୟନ୍ତୀ ପାଳିତଗ୍ରାମେ ଗ୍ରାମେ ଭାଗବତ ଟୁଙ୍ଗୀର ଆବଶ୍ୟକତା ଜରୁରୀ
ବାରିପଦା : ସଦଭାବନା ସମିତି ଆନୁକୂଲ୍ୟରେ ସ୍ଥାନୀୟ ରଘୁନାଥପୁର ସ୍ଥିତ ଶ୍ରୀଶ୍ରୀହରିହର ମନ୍ଦିର ସଭାକକ୍ଷରେ ସନ୍ଥ ଜୟନ୍ତୀ ଏବଂ ଭାଗବତ ଜନ୍ମ ଉତ୍ସବ ପାଳିତ ହୋଇଯାଇଛି । ଅତିବଡି ଜଗନ୍ନାଥ ଦାସଙ୍କ ପରି ସନ୍ଥ କବିଗଣଙ୍କ ପାଇଁ ବିଶ୍ୱରେ ଭାରତ ଆଧ୍ୟାତ୍ମିକତା ଜଗତର ଗୁରୁ ହୋଇ ପାରିଛି ବୋଲି ସଦଭାବନା ସମିତିର ପ୍ରତିଷ୍ଠାତା ଭୂମିପୁତ୍ର ପୂର୍ଣ୍ଣଚନ୍ଦ୍ର ବୁଗୁଡେଇ ବକ୍ତବ୍ୟ ରଖିବା ସହିତ ସମିତିର ନୂତନ ସମ୍ପାଦକ ଡା. ପୂର୍ଣ୍ଣଚନ୍ଦ୍ର ଜେନାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ ।ସଦଭାବନା ସମିତିର ସମ୍ପାଦକ ଡା. ଜେନାଙ୍କ ସଂଯୋଜନା କ୍ରମେ ଆୟୋଜିତ ଉତ୍ସବରେ ସମ୍ମାନିତ ଅତିଥ୍ ଭାବରେ ଡ. ବିଜୟ କୁମାର ଅଗରୱାଲ, ବିଶେଷ ବକ୍ତା ମାନସ ଶେଖର ଭାଗବତ ପଣ୍ଡା, ପ୍ରଫେସର ଡ. ସଦାନନ୍ଦ ଦୀକ୍ଷିତ, ପଣ୍ଡିତ ସିଦ୍ଧେଶ୍ୱର ଶତପଥୀ,ଅଧ୍ୟାପକ ଗୋପବନ୍ଧୁ ଓ ଅଧ୍ୟାପକ ଜଗବନ୍ଧୁ ମିଶ୍ର ପ୍ରମୁଖ ଓଡ଼ିଶା ମାଟି ପୁରୀଠାରେ ଭୂମିଷ୍ଠ ଅତିବଡି ଜଗନ୍ନାଥ ଦାସଙ୍କ ଓଡିଆ ଭାଗବତ ପାଇଁ ଗ୍ରାମେ ଗ୍ରାମେ ଭାଗବତ ଟୁଙ୍ଗୀର ଆବଶ୍ୟକତା ଅତି ଜରୁରୀ ବୋଲି କହିଥିଲେ । ପ୍ରତ୍ୟେକ ମାସ ପୂର୍ଣ୍ଣମୀ ତିଥିରେ ସଦଭାବନା ସମିତି ତରଫରୁ ଏହି ମନ୍ଦିର ସଭା କକ୍ଷରେ ପବିତ୍ର ସର୍ବ ଧର୍ମ ସମ୍ପ୍ରଦାୟର ସନ୍ଥ ଜୟନ୍ତୀ ପାଳନ ହେବ ବୋଲି ସମିତି ସମ୍ପାଦକ ଡା. ଜେନା ପ୍ରକାଶ କରିଥିଲେ । ସମିତିର ନୂତନ ସଦସ୍ୟ ଭାବେ ବୀରେନ୍ଦ୍ର ନାଥ ବସା, ମାୟାଧର ପୋଥାଳ, ସୁନିଲ କୁମାର ସି, ମନମୋହନ ମହାପାତ୍ର, ନରେନ୍ଦ୍ର କୁମାର ପ୍ରଧାନ, ସର୍ବେଶ୍ୱର ପରିଡ଼ା, ଡା. ଧନଂଜୟ ପ୍ରଧାନ, ସୁଶାନ୍ତ କର, ସନତ କୁମାର ମଣ୍ଡଳ ଓ ହରିଶ ଚନ୍ଦ୍ର ରାଉତ ପ୍ରମୁଖଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯିବା ସହିତ ଶ୍ରୀଶ୍ରୀ ହରିହର ମନ୍ଦିରର ସଭାକକ୍ଷ ପରିବେଶ ପାଇଁ ରଘୁନାଥପୁରର ଉଦ୍ୟୋକ୍ତା ବର୍ଗ ସାଧୁବାଦର ପାତ୍ର ବୋଲି ବକ୍ତା ମାନେ ପ୍ରକାଶ କରିଥିଲେ ।