ପ୍ରାକୃତିକ ବିପର୍ଯ୍ୟୟ ତାଲିମ ଶିବିର
ବୈସିଙ୍ଗା : ବେତନଟୀ ବ୍ଲକର ପାଟଳିପୁରା ଗ୍ରା:ପ: ର ବେଲାଣପୁରା ବାତ୍ୟା ଆଶ୍ରୟସ୍ଥଳୀରେ ପ୍ରାକୃତିକ ବିପର୍ଯ୍ୟୟରୁ ନିଜେ ରକ୍ଷାପାଇବା ସହ ଅନ୍ୟକୁ, ଗୃହପାଳିତ ପଶୁମାନଙ୍କୁ ବଞ୍ଚାଇବା ପାଇଁ ଏକ ସାତ ଦିନିଆ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଅଛି। ସେପ୍ଟେମ୍ବର ୫ ତାରିଖ ରୁ ୧୧ ତାରିଖ ପର୍ଯ୍ୟନ୍ତ ଏହି ଶିବିର ଓସଡମା ଓ ଜିଲ୍ଲା ପ୍ରଶାସନର ମିଳିତ ସହାୟତା ସହ ନାଖର । ର ଫୋର୍ଡ ଓ ବେଲ।ଣପୁର। ର ବାତ୍ୟା ଆଶ୍ରୟସ୍ଥଳୀ କମିଟି ତରଫରୁ ସହଯୋଗ କରାଯାଇଥିଲା। ଏହିପରି ତାଲିମ ଶିବିରକୁ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ଆକାଶ କୁମାର ପଣ୍ଡା, ଜିଲ୍ଲା ପ୍ରକଲ୍ପ ଅଧିକାରୀ ହରିପ୍ରିୟା ଟୁଡୁ,ସରପଞ୍ଚ ମମତା ନାଏକ, ପଞ୍ଚ।ୟତ ସମିତି ସଦସ୍ୟା ମମତା ଗୋଛାଏତ, ପି.ଇ.ଓ ପରମେଶ୍ଵର ମହାନ୍ତ ପ୍ରମୁଖ ଯୋଗଦେଇ ଶିବିରାର୍ଥୀଗଣଙ୍କୁ ବନ୍ୟା,ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷାକରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ କୌଶଳ ଅବଲମ୍ବନ କରାଯିବାର ଉପାୟ ସମ୍ବନ୍ଧରେ ମାର୍ଗଦର୍ଶନ ଦେଇଥିଲେ। ଏହି ଶିବିରରେ ସନ୍ଧାନ ଓ ଉଦ୍ଧାର ତାଲିମ କାର୍ଯ୍ୟକ୍ରମ ୫ଦିନ ଓ ପ୍ରାଥମିକ ଚିକିତ୍ସା ସମ୍ବନ୍ଧରେ ୨ ଦିନ ତାଲିମ ଦିଆଯାଇଥିଲା। ତାଲିମଦାତା ଭାବେ ଅରୁଣ କୁମାର ଜେନା ଓ ଆଦିତ୍ୟ ନାରାୟଣ ପାତ୍ର ଏବଂ ତାଲିମ ଗ୍ରହଣକାରୀ ୬୦ଜଣ ଯୁବକ,ଯୁବତୀ ଅଂଶଗ୍ରହଣ କରିଥିଲେ। ଏଥିସହ ବିପର୍ଯ୍ୟୟ ସମୟରେ ଉଦ୍ଧାର କାର୍ଯ୍ୟରେ ଲାଗୁଥିବା ବିଭିନ୍ନ ସାମଗ୍ରୀ ଓ ଏହାର ଉପଯୋଗ ସମ୍ବନ୍ଧରେ ମଧ୍ୟ ତାଲିମ ଦିଆଯାଇଥିଲା। ବଡ ସାହି ବିଧାୟକ ତାଲିମ ଶିବିରକୁ ପରିଦର୍ଶନ କରିଥିଲେ।ଉଦଯାପନ ଉସବରେ ମୁଖ୍ୟଅତିଥି ଭାବେ ସତ୍ୟବ୍ରତ ପ। ଢି, ସଂଯେ।ଜକ ଦକ୍ଷତା ବିକାଶ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଆୟୁକ୍ତ, ଭୁବନେଶ୍ଵର ପରିଦର୍ଶନ କରି ପରାମର୍ଶ ପ୍ରଦାନ କରିଥିଲେ। ଫୋର୍ଡର ସଂପାଦକ ସନ୍ତେ।ଷ କୁମାର ଖଣ୍ଡା ତାଲିମ ଶିବିରର ପରିଚାଳନା କରିଥିଲାବେଳେ ସଦସ୍ୟ ତପନ କୁମାର ବେହେରା ଧନ୍ୟବାଦ ଜ୍ଞାପନ କରିଥିଲେ।