ଓଡିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ପାଳିତ
ବାରିପଦା : ସହିଦ ସ୍ମୃତି ଭବନ ଠାରେ ଓଡିଶା ଆଦର୍ଶ ବିଦ୍ୟାଳୟର ଜିଲ୍ଲା ସ୍ତରୀୟ ପ୍ରତିଷ୍ଠା ଦିବସ ପାଳନ କରାଯାଇ ଅଛି। ଉକ୍ତ ଉଦଘାଟନି ଉତ୍ସବରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ନବକିଶୋର ଗିରି ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ। ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ନିତ୍ୟାନନ୍ଦ ବାରିକ, ଶ୍ରୀମତୀ ଦୀପ୍ତି ନାୟକ ଓ ରାଣୀଭୋଳ ଓଡିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ବିଭୁତି ଭୂଷଣ ମଣ୍ଡଳ ଉପସ୍ଥିତ ଥିଲେ । ଓଡିଶା ଆଦର୍ଶ ବିଦ୍ୟାଳୟ ଗୋପବନ୍ଧୁନଗରର ଅଧ୍ୟକ୍ଷା ଶ୍ରୀମତୀ ନିତାସା ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ । ଓଡିଶା ଆଦର୍ଶ ବିଦ୍ୟାଳୟ ରାଣୀ ଭୋଳର ସ୍ନାତକତୋର ଇଂରାଜୀ ଶିକ୍ଷକ ଶ୍ରୀ ସଂଗ୍ରାମ କେଶରୀ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଜିଲ୍ଲାରେ ଥିବା ୨୬ ଗୋଟି ଆଦର୍ଶ ବିଦ୍ୟାଳୟରୁ ୭୦୦ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଯୋଗଦାନ କରି ୨୧ ଗୋଟି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ବିଦ୍ୟାଳୟ ସ୍ତରରେ ହୋଇଥିବା ପ୍ରତିଯୋଗିତାର କୃତି ଛାତ୍ର ଛାତ୍ରୀ ମାନେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଛନ୍ତି । ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ତର୍କ, ପ୍ରବନ୍ଧ ଲିଖନ, ବକୃତା, ଏକକ ନୃତ୍ୟ, ଏକକ ସଂଗୀତ, ସମବେତ ନୃତ୍ୟ ଓ ସମବେତ ସଂଗୀତ, ଚିତ୍ରାଙ୍କନ, ପ୍ରଶ୍ନ ଉତ୍ତର, କବିତା ଆବୃତ୍ତି ଇତ୍ୟାଦି ପ୍ରତିଯୋଗିତା କରଯାଇଥିଲା । ଜିଲ୍ଲାପାଳ ଶ୍ରୀଯୁକ୍ତ ବୀନିତ ଭରଦ୍ୱାଜ ଓ ଜିଲ୍ଲା ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଭାରତୀ ହଁ।ସଦା ଉଦଯାପନୀ ଉତ୍ସବରେ ଯୋଗଦେଇ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଶିକ୍ଷା, ସାଧାରଣ ଜ୍ଞାନ ଓ ବିଭିନ୍ନ ସାଂସ୍କୃତିକ କାର୍ୟ୍ୟକ୍ରମରେ ଭବିଷ୍ୟତରେ ଭଲ ପ୍ରଦର୍ଶନ କରିବା ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଆଗାମୀ ଦିନରେ ଭଦ୍ରକରେ ହେବାକୁଥିବା ମଣ୍ଡଳ ସ୍ତରୀୟ ଓ ରାଜ୍ୟ ସ୍ତରରେ ହେବାକୁ ଥିବା ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ କୃତକାର୍ୟ୍ୟ ହେବା ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି କୃତି ପ୍ରତିଯୋଗୀ ମାନଙ୍କ ମଧ୍ୟରୁ ଓଡିଶା ଆଦର୍ଶ ବିଦ୍ୟାଳୟ ଉଦଳାର ଛାତ୍ରୀ ଦିବ୍ୟା ପ୍ରିୟଦର୍ଶୀ, ଅଭିପ୍ସା ମାଇତି ବାରିପଦାର ଲିପ୍ସା ପାତ୍ର, କୃଷ୍ଣ ପ୍ରସାଦ ଦାସ, ସୁଶ୍ରୀ ଅଭିପ୍ସା ମହାପାତ୍ର, ମନିଶ ପାଣିଗ୍ରାହୀ, ଚନ୍ଦନ କୁମାର ମହାନ୍ତ, ଶୁକୃଳିର ରୋହିତ କୁମାର ନାଏକ, ସାମାଖୁଣ୍ଟ।ର ଜାଗୃତି ବେହେରା, ଏସ. କେ ସହିଦ ରାଜା, ଜବା ମାଝୀ, ରାସଗୋବିନ୍ଦପୁରର ଶୁଭଶ୍ରୀ ରାଉତ, ସୁହାନି ଘାଟୱାରି, ଓମଶ୍ରୀ ସାହୁ, କପ୍ତିପଦାର ପ୍ରିୟାସୁ ବେହେରା ଓ ବୈଷ୍ଣବି ରାଉତ, ବେତନଟୀର ପ୍ରୀତିଶ୍ରୀ ପ୍ରଜ୍ଞା ପ୍ରିୟା ପ୍ରଥମ ସ୍ଥାନ ଅଧିକାର କରିଥିଲେ । ଏତଦ ବ୍ୟତୀତ ୪୬ ଜଣ ଛାତ୍ର ଛାତ୍ରୀଙ୍କୁ ଦ୍ଵିତୀୟ ଓ ତୃତୀୟ ପୁରସ୍କାର ପ୍ରଦାନ କରାଯାଇଥିଲା । ଉକ୍ତ କାର୍ୟ୍ୟକ୍ରମକୁ ବିଜ୍ଞାନ ପରିଦର୍ଶକ ଶ୍ରୀଯୁକ୍ତ ଜ୍ଞାନରଞ୍ଜନ ଆଚାର୍ୟ୍ୟ, ଆଦିବାସୀ ଓ ବାଳିକା ଶିକ୍ଷା ସଂଯୋଜକ ସପନ କୁମାର ପୃଷ୍ଟି ଓ ଭିନ୍ନକ୍ଷମ ସଂଯୋଜକ ନିରଞ୍ଜନ ନାୟକ ପରିଚାଳନା କରିଥିଲେ ।