ମାଛଧରା ଜାଲରେ ଲାଗିଲା ନାବାଳିକା ମୃତଦେହ, ପୋଲିସର ତଦନ୍ତ ଜାରି
ବାଲିଆପାଳ : ବାଲେଶ୍ୱର ଜିଲା ବାଲିଆପାଳ ବଡ଼ତାଳପଦାରୁ ମୃତଦେହ ଉଦ୍ଧାର । ମାଛଧରା ଜାଲରେ ଲାଗିଲା ନାବାଳିକା ମୃତଦେହ । ମୃତଦେହର ଚିହ୍ନଟ ହୋଇନି । ବାଲିଆପାଳ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି ।
ସୂଚନା ଯେ, କେନାଲରେ ମାଛ ଧରିବା ପାଇଁ ଜାଲ ବସାଯାଇଥିଲା । ଶୁକ୍ରବାର ସକାଳେ ଜାଲ ବସାଇଥିବା ଲୋକ ଜଣକ ଜଳ ଉଠାଇବା ବେଳେ ନାବାଳିକା ମୃତଦେହ ଦେଖିବାକୁ ପାଇଥିଲେ । ଖବର ପ୍ରଚାର ପରେ ସ୍ଥାନୀୟ ଲୋକେ ରୁଣ୍ଡ ହୋଇଥିଲେ । ଖବର ପାଇ ବାଲିଆପାଳ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଜାରି ର