ଆମେରିକାର ଟିକା ନେଇଥିବା ଲୋକେ ବିନା ମାସ୍କରେ ସର୍ବସାଧରଣରେ ବୁଲିପାରିବେ
ୱାଶିଂଟନ୍ : ଗୋଟିଏ ପଟରେ ସମଗ୍ର ବିଶ୍ୱବାସୀ କରୋନା ସଂକ୍ରମଣ ସହିତ ଲଢ଼େଇ ଜାରି ରଖିଥିବା ବେଳେ ଆମେରିକୀୟଙ୍କ ପାଇଁ ଆଶ୍ୱସ୍ତି ଖବର ଆସିଛି । ଆମେରିକାରେ ସଂପୂର୍ଣ୍ଣ ଟିକା ନେଇ ସାରିଥିବା ଲୋକ ଏବେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବା ଜରୁରୀ ନାହିଁ । ଏହା ଆମେରିକାର ସେଣ୍ଟର ଫର୍ ଡିଜି କଣ୍ଟ୍ରୋଲ ଆଣ୍ଡ ପ୍ରିଭେନଶନ (ସିଡିସି) କହିଛି । ଏପର୍ଯ୍ୟନ୍ତ ଲୋକଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ଥିଲା । ଆମେରିକା କରୋନାରେ ସର୍ବାଧିକ ପ୍ରଭାବିତ ହୋଇଥିବା ଦେଶମାନଙ୍କ ମଧ୍ୟରେ ଅନ୍ୟତମ । ଏଭଳି ନିଷ୍ପତ୍ତି ନେଇ କିଛି ଲୋକଙ୍କୁ ଆଶ୍ୱସ୍ତି ମିଳିଥିବା ବେଳେ ବୁଦ୍ଧିଜୀବୀମାନଙ୍କର ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି । ସିଡିସ ଏକ ବୟାନରେ କହିଛି ଯେ, କରୋନା ଟିକାର ୨ ଡୋଜ ନେଇ ସାରିଥିବା ଲୋକ ମାସ୍କ ଏବଂ ୬ ଫୁଟ ଦୂରତାର ସାମାଜିକ ଦୂରତା ରକ୍ଷା ନିୟମ ପାଳନ କରିବା କରିବା ଜରୁରୀ ନୁହେଁ । ମାତ୍ର ସଂଘୀୟ, ରାଜ୍ୟ, ସ୍ଥାନୀୟ, ଆଦିବାସୀ ଅଥବା ଆଂଚଳିକ ଆଇନ, ସ୍ଥାନୀୟ ବ୍ୟବସାୟୀ ଓ ୱାର୍କପ୍ଲେସ ଗାଇଡେନ୍ସଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଏଠାରେ ମାସ୍କ ପିନ୍ଧିବାକୁ ହେବ । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି, ଯଦି ଆପଣମାନେ ପୂରା କରୋନା ଟିକା ନେଇ ସାରିଛନ୍ତି, ତା’ହେଲେ ମାସ୍କ ପିନ୍ଧିବା ଜରୁରୀ ନୁହେଁ । ମାତ୍ର ସେ କହିଛନ୍ତି ଯେ, ଏକ ବର୍ଷର କଡ଼ା ପରିଶ୍ରମ ଏବଂ ଉତ୍ସର୍ଗ ପରେ ଏହା ପୂରା ସରଳ ଯେ, ଟିକା ନିଅନ୍ତ ଅଥବା ମାସ୍କ ପିନ୍ଧନ୍ତୁ ।
This was made possible by the extraordinary success we’ve had in vaccinating so many Americans, so quickly. pic.twitter.com/gTwM6Tp7lF
— Joe Biden (@JoeBiden) May 13, 2021
ସୂଚନା ଯେ, ବିଶ୍ୱର କରୋନା ସଂକ୍ରମିତ ଦେଶ ତାଲିକାରେ ଆମେରିକା ପ୍ରଥମ ସ୍ଥାନରେ ରହିଛି । ଏପର୍ଯ୍ୟନ୍ତ ୩ କୋଟିରୁ ୩୬ ଲକ୍ଷ ୧୫ ହଜାର କରୋନା ସଂକ୍ରମିତ ହୋଇଛି । କରୋନା ସଂକ୍ରମଣକୁ ରୋକିବା ପାଇଁ ଅନେକ ଦେଶରେ ଟିକାକରଣ କାର୍ଯ୍ୟକ୍ରମ ଚାଲିଛି । ଏହାରି ଭିତରେ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାରୁ ଆସିଛି ଭଲ ଖବର । CDC ପକ୍ଷରୁ କୁହାଯାଇଛି ଯେଉଁମାନେ ସମ୍ପୂର୍ଣ୍ଣ ଭାବେ କରୋନା ସପ୍ଲିମେଣ୍ଟ ଖାଉଛନ୍ତି ଓ ୨ ଡୋଜ୍ ଟିକା ନେଇସାରିଛନ୍ତି ସେମାନେ ବର୍ତ୍ତମାନ ବିପଦମୁକ୍ତ ଅଛନ୍ତି । ଏମାନେ ବିନା ମାସ୍କରେ ଏବେ ସର୍ବସାଧରଣରେ ବୁଲିପାରିବେ । ତେବେ ଏବେ ବି ସଂକ୍ରମଣକୁ ରୋକିବା ପାଇଁ ମାସ୍କ ପିନ୍ଧିବା ଏବଂ ସର୍ବସାଧାରଣ ସ୍ଥାନରେ ସାମାଜିକ ଦୂରତା ଅନୁସରଣ କରିବା ବାଧ୍ୟତାମୂଳକ କରାଯାଇଛି ।