ମ୍ୟାଗାଜିନ ପାଇଁ ଫଟୋସୁଟ ମାମଲା; ରଣବୀର ସିଂହଙ୍କୁ ୨ ଘଣ୍ଟା ଜେରା
ମୁମ୍ବାଇ: ବଲିଉଡ ଅଭିନେତା ରଣବୀର ସିଂହ ନିକଟରେ ଏକ ମ୍ୟାଗାଜିନ ପାଇଁ ଫଟୋସୁଟ କରିଥିଲେ । ଏହି ଫଟୋସୁଟ ସେ ବିନା ପୋଷାକରେ କରିଥିଲେ ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ଲୋକଙ୍କୁ ଏହି ଫଟୋସୁଟ ପସନ୍ଦ ନ ଆସିବାରୁ ତାଙ୍କ ବିରୋଧରେ ମାମଲା ଦାୟର କରାଯାଇଥିଲା । ମୁମ୍ବାଇ ପୁଲିସ ରଣବୀରଙ୍କୁ ବୟାନ ରେକର୍ଡ ପାଇଁ ଅଗଷ୍ଟ ୩୦ରେ ଡକାଇଥଲା । କିନ୍ତୁ ରଣବୀର ସୋମବାର ସକାଳ ୭ଟା ୩୦ରେ ପୁଲିସ ଷ୍ଟେସନରେ ପହଞ୍ଚି ବୟାନ ରେକର୍ଡ କରିଥିଲେ । ରଣବୀର ପୁଲିସ ଷ୍ଟେସନରେ ପାଖାପାଖି ୨ ଘଣ୍ଟା ଉପସ୍ଥିତ ରହିଥିଲେ ।
ପୁଲିସ ସୂତ୍ର ମୁତାବକ, ରଣବୀର ସିଂହ ନିଜକୁ ନିର୍ଦ୍ଦୋଷ ଦର୍ଶାଇବା ସହ ସେ ଜାଣିନଥିଲେ ଗୋଟିଏ ଫଟୋସୁଟ ପାଇଁ ତାଙ୍କୁ ଏମିତି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ । କାହାର ଭାବନାକୁ କଷ୍ଟ ଦେବା ମୋ ଉଦ୍ଦେଶ୍ୟ ନଥିଲା ବୋଲି ରଣବୀର କହିଛନ୍ତି ।