ସଦର ବିଜେପିର ‘ହର ଘର ତ୍ରିରଙ୍ଗା’ ପଦଯାତ୍ରା; ଅମର ଯବାନଙ୍କ ଉଦ୍ଦେଶ୍ୟରେ ୫୦୦ ଫୁଟର ବିଶାଳ ତ୍ରିରଙ୍ଗା ସମର୍ପିତ
ବାଲେଶ୍ୱର : ସାରା ଭାରତବର୍ଷ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ କରୁଛି । ଏହି ଅବସରରେ ଭାରତର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଆହ୍ୱାନକ୍ରମେ ସମସ୍ତ ଦେଶବାସୀ ବେଶ ଉତ୍ସାହର ସହ ହର ଘର ତ୍ରିରଙ୍ଗା ଅଭିଯାନରେ ସାମିଲ ହୋଇଛନ୍ତି । ହର ଘର ତ୍ରିରଙ୍ଗା ଅଭିଯାନ ସମସ୍ତ ମହାପୁରୁଷଙ୍କ ପ୍ରତି ଏକ ଅନନ୍ୟ ଶ୍ରଦ୍ଧାଞ୍ଜଳୀ ଯେଉଁମାନେ ଦେଶ ମାତୃକାର ସେବା ପାଇଁ ନିଜର ସର୍ବସ୍ୱ ଅର୍ପଣ କରିଛନ୍ତି । ଏହି ଅବସରରେ ରାଜ୍ୟ ବିଜେପି ଯୁବମୋର୍ଚ୍ଚା ଉପ ସଭାପତି ତଥା ସଦର ନେତା ମାନସ କୁମାର ଦତ୍ତଙ୍କ ନେତୃତ୍ୱରେ ହର ଘର ତ୍ରିରଙ୍ଗା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଅଛି । ବାଲେଶ୍ୱର ସଦର ବିଜେପି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶହ ଶହ କାର୍ଯ୍ୟକର୍ତ୍ତା ଓ ଜନସାଧାରଣ ସାମିଲ ହୋଇଥିଲେ । ପ୍ରବଳ ବର୍ଷାକୁ ଖାତିର ନକରି ଦେଶପ୍ରେମୀ ବନ୍ଧୁ ମାନେ ୫୦୦ ଫୁଟର ଏକ ବିଶାଳ ତ୍ରିରଙ୍ଗା ପତାକା ଧରି ଏହି ଶୋଭାଯାତ୍ରା କରିଥିଲେ ।
ଉକ୍ତ ଶୋଭାଯାତ୍ରା ସହରର ସିନେମା ଛକରୁ ଆରମ୍ଭ ହୋଇ ବିବେକାନନ୍ଦ ମାର୍ଗ, ଚେରୀ ରୋଡ, ଫାଣ୍ଡି ଛକ, ଫକୀରମୋହନ ଗୋଲେଇ, ଷ୍ଟେସନ ଛକ ଦେଇ ଷ୍ଟେସନରେ ଶେଷ ହୋଇଥିଲା । ଷ୍ଟେସନରେ ଦିବଙ୍ଗତ ବିଧାୟକ ମଙ୍ଗୁ ଭାଇଙ୍କ ପ୍ରଚେଷ୍ଟାରେ ହୋଇଥିବା ଅହୋରାତ୍ର ତ୍ରିରଙ୍ଗା ପତାକା ତଳେ ସମସ୍ତେ ସାମୂହିକ ବନ୍ଦେ ମାତରମ ଗାନ କରିଥିଲେ । ଆଜି ଦିବଙ୍ଗତ ବିଧାୟକଙ୍କ ଜନ୍ମଜୟନ୍ତୀରେ ସେଠାରେ ତାଙ୍କୁ ସମସ୍ତେ ମନେ ପକାଇ ତାଙ୍କର ଅମର ଆତ୍ମାର ସଦଗତି କାମନା କରିଥିଲେ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ ଜାତି, ଧର୍ମ ଓ ଦଳ ମତ ନିର୍ବିଶେଷରେ ଅଗଷ୍ଟ ୧୩ ରୁ ୧୫ ତାରିଖ ପର୍ଯ୍ୟନ୍ତ ହର ଘର ତ୍ରିରଙ୍ଗା ଅଭିଯାନରେ ସାମିଲ ହେବା ପାଇଁ ଦେଶବାସୀଙ୍କୁ ଅପିଲ କରିଛନ୍ତି । ତେଣୁ ସମସ୍ତେ ଏହି ଅଭିଯାନରେ ସାମିଲ ହୋଇ ଅଗଷ୍ଟ ୧୩ରୁ ୧୫ ଯାଏଁ ଉତ୍ସାହର ସହ ନିଜ ଘରେ ଜାତୀୟ ପତାକା ଲଗାଇବା ଏବଂ ଜାତୀୟ ଏକତା, ଶାନ୍ତି ଓ ସାମାଜିକ ସୌହାର୍ଦ୍ଦ୍ୟର ବାର୍ତ୍ତା ବାଣ୍ଟିବା ସହ ଅଭିଯାନକୁ ସଫଳ କରିବା ପାଇଁ ସଦର ନେତା ମାନସ ଦତ୍ତ ନିବେଦନ କରିଛନ୍ତି । କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପର୍ଶୁରାମ ବେହେରା, ରାଜ୍ୟ ମହିଳା ମୋର୍ଚ୍ଚା ଉପ ସଭାନେତ୍ରୀ ସୁଷମା ବିଶ୍ୱାଳ, ପୂର୍ବତନ ନଗର ସଭାପତି ସୀତାକାନ୍ତ ସ୍ୱାଇଁ, ବରିଷ୍ଠ ନେତା ରବିନାରାୟଣ ମହାପାତ୍ର ଓ ଗୌରାଙ୍ଗ ଦାସ, ସୋର ମ୍ୟୁନିସିପାଲଟି ଚେୟାରମେନ ମାଧବ ଧଡା, ସୁଜିତ ଦେବ, ଉପେନ୍ଦ୍ର ଶତପଥୀ, ଦୁକୁଲ ଘୋଡେଇ, ବରିଷ୍ଠ ଆଇନଜୀବି ବୈଲୋଚନ ଦାଶ, କାଉନସିଲର ରୋଜାଲିନ ପାଣି, ଅନନ୍ତ ନାୟକ, ଲୋକନାଥ ଭୂୟାଁ, ପ୍ରବୀର ଶଙ୍କର ଦାଶ, ଚନ୍ଦ୍ର ଶେଖର ନନ୍ଦ, ମିହିର ପାଣି, ଉମେଶ ବେହେରା, ବଳରାମ ପାତ୍ର, ବିକାଶ ପାଢୀ, ରାଜେନ୍ଦ୍ର ଚାଟାର୍ଜୀ, ପବନ କମିଳା, ଦୁର୍ଗା ପ୍ରଧାନ, ସୌଭାଗ୍ୟମାନସ ନାୟକ, ହରେନ୍ଦ୍ର ପ୍ରଧାନ, ବିବେକାନନ୍ଦ ରାଉତ, ଅନନ୍ତ ଚାନ୍ଦ, ସଂଯୁକ୍ତା ମହାପାତ୍ର, ଶ୍ରୀୟା ଦାସ, ସୁସ୍ମିତା ସୁକ୍ଳା, ସୁସ୍ମିତା ପଣ୍ଡା, ସସ୍ମିତା ଦାଶ, ମଧୁଶ୍ରୀ ପଣ୍ଡା, ତରୁଲତା ମହାନ୍ତି, ମାନସ ସାହୁ, ମନ୍ମଥ ପାତ୍ର, ଜୀବନ ପାଣି, ଗଣେଶ ସେନ, ସଞ୍ଜୀବ ପ୍ରଧାନ, ସେଖ ହଲିମ, ସୁଶାନ୍ତ ବର୍ଦ୍ଧନ, ଅଭୟ ସ୍ୱାଇଁ, ଦିଲ୍ଲୀପ ଦାସ, ଶକ୍ତିଶଙ୍କର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।