୧୭ ବର୍ଷରୁ ଅଧିକ ନାଗରିକଙ୍କୁ ଭୋଟର ଆଇଡି କାର୍ଡ ପାଇଁ ଆଗୁଆ ଆବେଦନ କରିବାକୁ ଅନୁମତି ଦେଲେ ନିର୍ବାଚନ ଆୟୋଗ
ନୂଆଦିଲ୍ଲୀ : ଭାରତର ନିର୍ବାଚନ ଆୟୋଗ (ଇସିଆଇ) ଘୋଷଣା କରିଛନ୍ତି ଯେ, ୧୭ ବର୍ଷ ବୟସରେ ଯେଉଁ ଯୁବକମାନେ ସେମାନଙ୍କର ସାମ୍ବିଧାନିକ ଅଧିକାର ବ୍ୟବହାର କରିବାକୁ ଚାହୁଁଛନ୍ତି ଭୋଟର ତାଲିକାରେ ସେମାନଙ୍କ ନାମ ପଞ୍ଜିକରଣ କରିପାରିବେ। ଏହାର ଅର୍ଥ ହେଉଛି ୧୭ ବର୍ଷରୁ ଅଧିକ କିଶୋରମାନେ ସେମାନଙ୍କ ନାମକୁ ଭୋଟର ତାଲିକାରେ ଯୋଡିବା ପାଇଁ ଆଗୁଆ ଆବେଦନ କରିପାରିବେ। ଯାହା ପୂର୍ବ ଆବଶ୍ୟକତା ଅନୁଯାୟୀ ଜାନୁଆରୀ ୧ ରେ ୧୮ ବର୍ଷ ବୟସ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବାର ଆବଶ୍ୟକତାକୁ ଦୂର କରିପାରେ ।
ଇସିଆଇ କହିଛି ଯେ, ୧୭ ବର୍ଷରୁ ଅଧିକ ଯୁବକମାନେ ବର୍ତ୍ତମାନ ସେମାନଙ୍କ ନାମ ଭୋଟର ତାଲିକାରେ ନାମ ଲେଖାଇବା ପାଇଁ ଆଗୁଆ ଆବେଦନ କରିପାରିବେ ଏବଂ ବର୍ଷର ୧ ଜାନୁଆରୀରେ ୧୮ ବର୍ଷ ବୟସ ହାସଲ କରିବାର ପୂର୍ବ-ମାନଦଣ୍ଡକୁ ଅପେକ୍ଷା କରିବାକୁ ପଡିବ ନାହିଁ।
ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଏବଂ ନିର୍ବାଚନ କମିଶନର ଅନୁପ ଚନ୍ଦ୍ର ପାଣ୍ଡେ ସମସ୍ତ ରାଜ୍ୟର ସିଇଓ, ଇଆରଓ ଏବଂ ଏରୋମାନଙ୍କୁ ଟେକ୍-ସକ୍ଷମ ସମାଧାନର ବିକାଶ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଯାହା ଯୁବକମାନଙ୍କ ପାଇଁ ସେମାନଙ୍କର ଅଗ୍ରୀମ ଆବେଦନ ଦାଖଲ କରିବା ସହଜ ହେବ।
ଇଲେକ୍ଟୋରାଲ୍ ରୋଲ୍ ବର୍ତ୍ତମାନ ପ୍ରତି ତିନି ମାସରେ ଅପଡେଟ୍ ହେବ ଏବଂ ଆବଶ୍ୟକତା ପୂରଣ କରୁଥିବା ଯୁବକମାନେ ୧୮ ବର୍ଷ ବୟସ ହେବା ପରେ କ୍ୱାର୍ଟରରେ ପଞ୍ଜୀକୃତ ହୋଇପାରିବେ । ଇସିଆଇ ଅନୁଯାୟୀ, ପଞ୍ଜୀକରଣ ପରେ ତାଙ୍କୁ ଏକ ଇଲେକ୍ଟୋରାଲ୍ ଫଟୋ ପରିଚୟ କାର୍ଡ (ଇପିଆଇସି) ମିଳିବ।
ଯେ କୌଣସି ନାଗରିକ ଯିଏ ଏପ୍ରିଲ୍ ୧, ଜୁଲାଇ ୧ କିମ୍ବା ୨୦୨୩ ର ଅକ୍ଟୋବର ୧ସୁଦ୍ଧା ୧୮ ବର୍ଷ ବୟସରେ ପହଞ୍ଚିଥାଏ, ସେ ମଧ୍ୟ ବାର୍ଷିକ ସଂଶୋଧନ ପାଇଁ ନିର୍ବାଚନ ତାଲିକାର ଡ୍ରାଫ୍ଟ ପ୍ରକାଶନ ତାରିଖ ଠାରୁ ଭୋଟର ଭାବରେ ପଞ୍ଜୀକରଣ ପାଇଁ ଏକ ଅଗ୍ରୀମ ଆବେଦନ କରିପାରିବେ ।