ଆଜି ଠାରୁ ଭୁବନେଶ୍ବରର ୩ଟି ସପିଂ ମଲରେ ଦିଆଯିବ ପ୍ରିକସନ ଡୋଜ
ଭୁବନେଶ୍ବର : ଭୁବନେଶ୍ୱର ମହାନଗର ନିଗମରେ ଟିକାକେନ୍ଦ୍ର ସଂଖ୍ୟା ପୁଣି ବୃଦ୍ଧି କରାଯାଇଛି। ଭୁବନେଶ୍ୱରରେ ଟିକାଦାନ କେନ୍ଦ୍ର ୨୭ରୁ ୩୨କୁ ବୃଦ୍ଧି ହୋଇଛି। ଏହି ପରିପ୍ରେକ୍ଷୀରେ ଆଜି ଠାରୁ ସପିଂ ମଲରେ ଦିଆଯିବ ପ୍ରିକସନ ଡୋଜ। ପ୍ରଥମ ପର୍ଯ୍ୟାୟରେ ୩ଟି ସପିଂ ମଲରେ ମିଳିବ ଏହି ସୁବିଧା । କେବଳ ୧୮ରୁ ୫୯ ବୟସ ବର୍ଗଙ୍କ ପ୍ରିକସନ ଡୋଜ ପାଇଁ ଏହି ବ୍ୟବସ୍ଥା କରାଯାଇଛି। ଏ ନେଇ ବିଏମସି ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି।
ସୂଚନା ଯେ, ରୁଦ୍ରପୁର ସ୍ଥିତ ସିମ୍ଫୋନି ମଲ, ପାତ୍ରପଡା ସ୍ଥିତ ଡି ଏନ ରେଗାଲିଆ ଓ ରସୁଲଗଡ଼ ସ୍ଥିତ ଏସପ୍ଲାନେଡ଼ ମଲରେ ହେବ ଟିକାକେନ୍ଦ୍ର । ସକାଳ ୧୦ଟା ଠାରୁ ମଧ୍ୟାହ୍ନ ୧ଟା ଓ ଅପରାହ୍ଣ ୩ଟା ଠାରୁ ୫ଟା ପର୍ଯ୍ଯନ୍ତ କାଲିଠାରୁ ଏହି ସୁବିଧା ଉପଲବ୍ଧ ହେବ। ପ୍ରିକସନ ଡୋଜ ପାଇଁ ଆଜି ରାତି ୭ଟା ୩୦ମିନିଟ ଠାରୁ ଅନଲାଇନରେ ହେବ ସ୍ଲଟ ବୁକିଂ।