କରୋନା ସଂକ୍ରମିତ ହେଲେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ
ଭୁବନେଶ୍ୱର : ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କୁ କରୋନା । ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ପୂଜାରୀ ନିଜେ ଟ୍ୱିଟ୍ କରି ସଂକ୍ରମିତ ଥିବା ସୂଚନା ଦେଇଛନ୍ତି । ଡାକ୍ତରଙ୍କ ପରାମର୍ଶରେ ସେ ଏବେ ନିଜେ ଆଇସୋଲେସନରେ ରହିଥିବା ଜଣାଇଛନ୍ତି । ଏଥିସହିତ ଗତ ଦୁଇଦିନ ମଧ୍ୟରେ ତାଙ୍କୁ ଭେଟିଥିବା ସମସ୍ତେ ନିଜର ପରୀକ୍ଷା କରାଇ ନେବାକୁ ସେ ପରାମର୍ଶ ଦେଇଛନ୍ତି ।
I hv tested Postive for Covid-19.I am now in Isolation,anyone who has met me in last two days,pls get yourself tested.@Naveen_Odisha @pranabpdas
— Rohit Pujari (@rohitpujaribjd) July 2, 2022
କୋଭିଡ୍ ଗାଇଡଲାଇନ୍ ମଧ୍ୟରେ ବିଧାନସଭାର ମୌସୁମୀ ଅଧିବେଶନ ଆଜିଠୁ ଆରମ୍ଭ ହୋଇଥିବାବେଳେ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ପୂଜାରୀଙ୍କ ସମେତ ମୋଟ ୧୨ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବିଧାନସଭା ଅଧିବେଶନରେ ସାମିଲ ହେଉଥିବା ସମସ୍ତ ବିଧାୟକ, ବିଧାନସଭା କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ନିମନ୍ତେ କୋଭିଡ୍ ପରୀକ୍ଷାକୁ ବିଧାନସଭା ପକ୍ଷରୁ ବାଧ୍ୟତାମୂଳକ କରାଯାଇଥିଲା ।