ଆଇପିଏଲ-୨୦୨୨ : ବାଙ୍ଗାଲୋର ଆଗରେ ୨୧୦ ରନର ବିଜୟ ଲକ୍ଷ୍ୟ ରଖିଲା ପଞ୍ଜାବ
ମୁମ୍ବାଇ: ଆଇପିଏଲ-୨୦୨୨ର ୬୦ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଆଗରେ୨୧୦ରନର ବିଶାଳ ବିଜୟ ଲକ୍ଷ୍ୟ ରଖିଛି ପଞ୍ଜାବ କିଙ୍ଗସ । ଲିୟାମ ଲିଭିଙ୍ଗଷ୍ଟୋନ ଏବଂ ଜୋନି ବେୟାରଷ୍ଟୋଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ନିଜର ଗୁରୁତ୍ଵପୂର୍ଣ୍ଣ ମୁକାବିଲାରେ ପଞ୍ଜାବ କିଙ୍ଗ୍ସ ବିଶାଳ ସ୍କୋର କରିଛି। ଚଳିତ ଆଇପିଏଲର ୬୦ତମ ମ୍ୟାଚରେ ପଞ୍ଜାବ କିଙ୍ଗ୍ସ ୯ ଓ୍ଵିକେଟ୍ ହରାଇ ୨୦୯ ରନ କରିଛି। ଜିତିବା ପାଇଁ ବେଙ୍ଗାଲୁରୁ ସମ୍ମୁଖରେ ୨୧୦ ରନର ବିଜୟ ଲକ୍ଷ୍ୟ ରହିଛି। ପଞ୍ଜାବ ପକ୍ଷରୁ ଲିୟାମ ଲିଭିଙ୍ଗଷ୍ଟୋନ ୪୨ ବଲରୁ ୭୦ ଏବଂ ଜୋନି ବେୟାରଷ୍ଟୋ ୨୯ ବଲରୁ ୬୬ ରନର ଦମଦାର ଇନିଂସ ଖେଳିଥିଲେ। ବେଙ୍ଗାଲୁରୁ ପକ୍ଷରୁ ଓ୍ଵାନିନ୍ଦୁ ହସରଙ୍ଗାଙ୍କୁ ବାଦ୍ ଦେଲେ ବାକି ବୋଲର ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି। ହସରଙ୍ଗା ୧୫ ରନ ଦେଇ ୨ ଏବଂ ହର୍ଷଲ ପଟେଲ୍ ୩୪ ରନ ଦେଇ ୪ ଓ୍ଵିକେଟ୍ ନେଇଛନ୍ତି। ଜୋସ୍ ହେଜେଲଉଡ ସବୁଠୁ ମହଙ୍ଗା ସାବ୍ୟସ୍ତ ହୋଇ ୪ ଓଭରରେ ୬୪ ରନ ଦେଇ କୌଣସି ସଫଳତା ପାଇ ନାହାନ୍ତି।
ମୁମ୍ବାଇର ବ୍ରାବୋର୍ନ ଷ୍ଟାଡିୟମଠାରେ ଚାଲିଥିବା ମ୍ୟାଚରେ ବାଙ୍ଗାଲୋର ଦଳ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ପଂଜାବ ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ବିକେଟ ହରାଇ ୨୦୯ ରନ କରିଥିଲା । ଓପନର ଜନି ବେୟାରଷ୍ଟୋ ମଧ୍ୟ ଏକ ବିସ୍ଫୋରକ ଇନିଂସ ଖେଳି ମାତ୍ର ୨୯ଟି ବଲରୁ ୬୬ରନ କରିଥିଲେ । ନିଜର ଏହି ଇନିଂସରେ ସେ ୭ଟି ଛକା ଓ ୪ଟି ଚୌକା ମାରିଥିଲେ । ଲିଆମ ଲିଭିଙ୍ଗଷ୍ଟୋନ ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୪୨ ବଲରେ ୭୦ ରନ କରିଥିଲେ । ନିଜର ଏହି ଆତସି ଇନିଂସରେ ସେ ୪ଟି ଛକା ଓ ୫ଟି ଚୌକା ମାରିଥିଲେ ।