Jio vs Airtel vs VI: ଆସିଗଲା ସବୁଠାରୁ ଦମଦାର ପ୍ଲାନ୍, କମ ଦାମରେ ମିଳୁଛି 100 GB ପର୍ଯ୍ୟନ୍ତ ଡାଟା
ନୂଆଦିଲ୍ଲୀ : ଡାଟା ଏଡ-ଅନ ପ୍ଲାନ ୟୁଜର୍ସଙ୍କ ଡାଟା ଆବଶ୍ୟକତାକୁ ପୂରଣ କରିଥାଏ । ଏଠାରେ ଆମେ ଆପଣଙ୍କୁ ଭୋଡାଫୋନ-ଆଇଡିଆ, ଜିଓ ଓ ଏୟାରଟେଲର କିଛି ସାନଦାର ଡାଟା ଏଡ-ଅନ ପ୍ଲାନ ବିଷୟରେ କହୁଛୁ । ଯେଉଁଥିରେ ଆପଣଙ୍କୁ ୧୦୦ GB ପର୍ଯ୍ୟନ୍ତ ଡାଟା ମିଳିପାରିବ । ଯାହା ଆପଣଙ୍କ ୱାର୍କ ଫ୍ରମ ହୋମକୁ ସହଜ ଓ ସରଳ କରିବ ।
ଟେଲିକମ କମ୍ପାନୀ ଗୁଡ଼ିକ ୟୁଜର୍ସଙ୍କୁ ବେଷ୍ଟ ବେନିଫିଟ ଦେଉଥିବା ଜବରଦସ୍ତ ପ୍ଲାନ ଅଫର କରିଥାନ୍ତି । ୱାର୍କ ଫ୍ରମ ହୋମ ପାଇଁ ଡାଟା ଏଡ-ଅନ ପ୍ଲାନ ସେହିପରି ପ୍ଲାନ ମଧ୍ୟରୁ ଗୋଟିଏ । ଏହି ପ୍ଲାନକୁ ଆଜିକାଲି ୟୁଜର୍ସ ବେଶ ପସନ୍ଦ କରୁଛନ୍ତି । କାରଣ ଏଥିରେ ୟୁଜର୍ସଙ୍କୁ ଲମ୍ବା ଭାଲିଡିଟି ସହିତ ଅଧିକ ଡାଟା ମିଳିପାରୁଛି । ଭୋଡାଫୋନର ୪୧୮ ଟଙ୍କାରେ 4G ଡାଟା ଭାଉଚର ମଧ୍ୟ ଏହିପରି ଏକ ପ୍ଲାନ ।
ଯଦି ଆପଣ ଘରୁ କାମ କରୁଛନ୍ତି ଏବଂ ଆପଣଙ୍କୁ ଦୈନିକ ୩ରୁ ୪ ଜିବି ଡାଟା ଆବଶ୍ୟକ ପଡ଼ୁଛି, ତେବେ ଆପଣ ଏହି ୪୧୮ ପ୍ଲାନକୁ ବ୍ୟବହାର କରିପାରିବେ । ଏହି ପ୍ଲାନରେ ଆଉ ଗୋଟିଏ ଲାଭ ହେଉଛି, ଏଥିରେ ଡେଲି ଡାଟା ଲିମିଟ ଲାଗୁ ହୁଏ ନାହିଁ । ଜିଓ (Jio) ଓ ଏରାୟଟେଲ (Airtel)ର ପୋର୍ଟଫୋଲିଓରେ ମଧ୍ୟ କିଛି ଡାଟା ଭାଉଚର ସାମିଲ ରହିଛି, ଯାହା ଭୋଡାଫୋନ ସହିତ ପ୍ରତିଯୋଗିତା କରୁଛି ।
ଭୋଡାଫୋନ-ଆଇଡିଆର ୪୧୮ ଭାଉଚରରେ କଣ ମିଳୁଛି? :
କମ୍ପାନୀ ଏହି ପ୍ଲାନର ଇଣ୍ଡରନେଟ ୟୁଜ କରିବା ପାଇଁ ମୋଟ ୧୦୦ GB ଅଫର କରୁଛି । ଆପଣ ଚାହିଁଲେ ସମ୍ପୂର୍ଣ୍ଣ ଡାଟାକୁ ଆପଣ ଗୋଟିଏ ଦିନରେ ମଧ୍ୟ ଖର୍ଚ୍ଚ କରିପାରିବେ । ପ୍ଲାନରେ ଭାଲିଡିଟି ୫୬ ଦିନ ରହିଛି । ଏହା ଏକ ଡାଟା ଏଡ-ଅନ ପ୍ଲାନ ହୋଇଥିବାରୁ ଏଥିରେ ଫ୍ରି କଲିଂ ଓ ଫ୍ରିସ ଏସଏମଏସ ପରି ସୁବିଧା ମିଳିନଥାଏ । ଯଦି ଆପଣ ନର୍ମାଲ ଅନଲିମିଟେଡ ପ୍ଲାନ ୟୁଜ କରୁଛନ୍ତି, ସେଥିରେ ଆପଣଙ୍କୁ କମ ଡାଟା ମିଳୁଛି । ତେଣୁ ଆପଣ ଚାହିଁଲେ ଏହି ପ୍ଲାନ ୟୁଜ କରିପାରିବେ ।
ଜିଓର ଡାଟା ଏଡ-ଆନ ପ୍ଲାନ ସହିତ ହଟଷ୍ଟାର ଫ୍ରୀ :
ଜିଓର ୫୫୫ ପ୍ଲାନ ଭୋଡାଫୋନ ଡାଟା ଏଡ-ଅନ ପ୍ଲାନକୁ କଡା ଟକ୍କର ଦେଉଛି । ଏହି ପ୍ଲାନରେ କମ୍ପାନୀ ୫୫ ଦିନର ଭାଲିଡିଟି ଦେଉଛି । ଏଥିରେ ଆପଣଙ୍କୁ ମୋଟ ୫୫ ଜିବି ଡାଟା ମିଳୁଛି । ଏହି ପ୍ଲାନରେ ମଧ୍ୟ ଫ୍ରି କଲିଂ ଓ ଫ୍ରି ମେସେଜିଂ ମିଳିବ ନାହିଁ । ଜିଓର ଏହି ପ୍ଲାନ ସହିତ କମ୍ପାନି ସବ୍ସକ୍ରାଇବର୍ସଙ୍କୁ ଡିଜ୍ନି ପ୍ଲସ ହଟ୍ ଷ୍ଟାରର ଫ୍ରୀ ଆକ୍ସେସ ବି ଦେଉଛି ।
ଏୟାରଟେଲର ୩୦୧ ପ୍ଲାନରେ ୫୦ ଜିବି ଡାଟା :
ସେହିପରି ଏୟାରଟେଲର ୩୦୧ ଟଙ୍କାରେ ଡାଟା ଭାଉଚର ଅଫର କରୁଛି । ଏଥିରେ ମଧ୍ୟ ୟୁଜର୍ସ ବିନା କୌଣସି ଡେଲି ଡାଟା ଲିମିଟରେ ଗୋଟିଏ ଦିନରେ ୫୦ଜିବି ଡାଟା ବ୍ୟବହାର କରିପାରିବେ । ୟୁଜର ବ୍ୟବହାର କରୁଥିବା ଅନଲିମିଟେଡ ପ୍ଲାନର ଭ୍ୟାଲିଡିଟି ମଧ୍ୟ ଏହି ପ୍ଲାନରେ ମିଳିବ । ଏହି ପ୍ଲାନରେ ୱିଙ୍କ୍ ମ୍ୟୁଜିକ ଫ୍ରିମିଅମ ଆକ୍ସେସ ମିଳୁଛି ।