ଫାଶୀ ଲଗାଇ ଯୁବକ ମୃତ
ବାଲିଆପାଳ : ବାଲିଆପାଳ ଥାନା ଅନ୍ତର୍ଗତ ଗଡ଼ଜାମକୁଣ୍ଡା ଗ୍ରାମରେ ଜଣେ ଯୁବକ ଶୁକ୍ରବାର ରାତିରେ ଫାଶୀ ଲଗାଇ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ ହେଲେ ବିନୟ ଭୁଷଣ ଦାସଙ୍କ ବଡ଼ ପୁଅ ସୁଜିତ ଦାସ (୩୬) ।
ସୂଚନା ମୁତାବକ ସୁଜିତ ଜଣେ ପରୋପକାରୀ ସହୃଦୟ ବ୍ୟକ୍ତି ଥିଲେ । ସବୁବେଳେ ସେ ଖୁସ ମିଜାସର ରହୁଥିଲେ । ତାଙ୍କର ବୈବାହିକ ଜୀବନ ମଧ୍ୟ ଖୁବ ଭଲ ଥିଲା । ତାଙ୍କର ଜଣେ ଦଶ ବର୍ଷର ପୁଅ ଅଛି । ସୁଜିତ ସବୁଦିନ ପରି ଶୁକ୍ରବାର ରାତିରେ ଘରକୁ ଫେରିଥିଲେ । ବାହାରେ ସାଙ୍ଗ ମାନଙ୍କ ସହିତ ଭୋଜି ଖାଇଥିବାରୁ ଘରେ ନଖାଇ ଶୋଇ ଯାଇଥିଲେ । ସକାଳେ ସୁଜିତ ଗଛରେ ଝୁଲୁଥିବାର ଦେଖି ପରିବାର ଲୋକ ତାଙ୍କୁ ଉଦ୍ଧାର କରି ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଯାଇଥିଲେ । ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ଖବର ପାଇ ବାଲିଆପାଳ ପୋଲିସ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ôଚ ଶବ ଜବତ କରି ଏକ ଅପମୃତ୍ୟୁ ମାମଲା (ନଂ.୧୫/୨୨)ରେ ରୁଜୁ କରି ବ୍ୟବଚ୍ଛେଦ କରିବାକୁ ପଠାଇ ତଦନ୍ତ ଜାରି ରଖିଛି ।