କ୍ରାଇମବ୍ରାଂଚ ଏଡିଜି ଭାବେ ଦାୟିତ୍ୱ ନେଲେ ବୋଥ୍ରା
ଭୁବନେଶ୍ୱର : ୧୯୯୬ ବ୍ୟାଚର ଆଇପିଏସ ଅଧକାରୀ ଅରୁଣ ବୋଥ୍ରା ଶୁକ୍ରବାର ଦିନ କ୍ରାଇମବ୍ରାଂଚ ଏଡିଜି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ କଟକ ସ୍ଥିତ କ୍ରାଇମବ୍ରାଂଚ ମୁଖ୍ୟ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ଦାୟିତ୍ୱ କରିଛନ୍ତି । ପୂର୍ବତନ କ୍ରାଇମବ୍ରାଂଚ ଏଡିଜି ସଞ୍ଜୀବ ପଣ୍ଡା ଅରୁଣ ବୋଥ୍ରାଙ୍କୁ ନୂତନ ଦାୟିତ୍ୱ ହସ୍ତାନ୍ତର କରିଥିଲେ । କ୍ରାଇମବ୍ରାଂଚ ଏଡିଜି ସହ ଅରୁଣ ବୋଥ୍ରା ପରିବହନ କମିଶନର ଭାବେ ଅତିରିକ୍ତ ଦାୟିତ୍ୱରେ ମଧ୍ୟ ରହିବେ ।