ସମ୍ପତ୍ତି ଆଗରେ ସମ୍ପର୍କ ତୁଚ୍ଛ, ଜାଗା ପାଇଁ ମା’ ଉପରେ ଇଟା ନଦି ଦେଲା ପୁଅ
ଦଶରଥପୁର : ଜାଗା ପାଇଁ ମାଆକୁ ଭୁଲିଗଲା ପୁଅ । ନିଜ ମାଆ ଉପରେ ଇଟା ନଦୀ ଦେଇ ମାଆକୁ ମାରିବାକୁ ପଛେଇଲାନି ପୁଅ ଏବଂ ବୋହୂ । ଏହିଭଳି ଏକ ଲୋମହର୍ଷଣକାରୀ ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଦତ୍ତପୁର ଗାଁରେ । ଏହି ଗ୍ରାମର ମଖି ବେହେରାଙ୍କ ପୁଅ ଚଗୁ ବେହେରା ଘରୁ ବାହାର କରିଦେବା ସହ ନିଜର ଜନ୍ମ କଲା ମାଆକୁ ମାଡ଼ ମାରି ମାଆ ଉପରେ ଇଟା ପଥର ନଦୀ ଦେଇ ଜୀବନ୍ତ ପୋତି ଦେଉଥିଲା । ଏହି ସମୟରେ ଗ୍ରାମର କିଛି ଲୋକେ ଦେଖି ସେ ସ୍ଥାନରୁ ଉଦ୍ଧାର କରିବା ସହ ମଙ୍ଗଳପୁର ଥାନାରେ ପୁଅ ନାଁ ରେ ଲିଖିତ ଅଭିଯୋଗ କରିଛନ୍ତି ।
ଯାଜପୁର ଜିଲା ଦଶରଥପୁର ବ୍ଲକ, ମଙ୍ଗଳପୁର ଥାନା ଅନ୍ତର୍ଗତ ଦତ୍ତପୁର ପଞ୍ଚାୟତରେ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ । ଏଠାରେ ଥିବା ମଖି ବେହେରାଙ୍କ ଉପରେ ତାଙ୍କ ବୋହୂ ଇଟା ଲଦି ଦେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।ଯେଉଁ ଦୃଶ୍ୟ ଏବେ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି । ଜମିବାଡିକୁ କେନ୍ଦ୍ରକରି ବୋହୂ ଶାଶୁ ଉପରେ ଏମିତି ଅତ୍ୟାଚାର କରିଥିବା ଜଣାପଡିଛି । ବିଚରା ଶାଶୁ ଯନ୍ତ୍ରଣା ସହି ନ ପାରି ବିକଳରେ ଖୁବ୍ ଜୋରରେ କାନ୍ଦୁଥିବାର ଦେଖିବାକୁ ମିଳିଛି । ଆଜିର ସମାଜରେ ବାରମ୍ୱାର ଏମିତି ଘଟମା ନଜରରେ ରହୁଛି । ଯେଉଁଠି ମଣିଷ ନିଜର ମାନବିକତା ହରାଇବସୁଛି । ସଭ୍ୟ ସମାଜରେ ରହୁଥିବା ମଣିଷ ପାଲିଟି ଯାଉଛି ପଶୁ । ତେବେ ଭାଇରାଲ ହେଉଥିବା ଭିଡିଓରେ ସତ୍ୟତା ଅଛି କି ନାହିଁ ତାହା ପୋଲିସ ତଦନ୍ତ ପରେ ଜଣା ପଡ଼ିବ । ଏହି ଘଟଣାରେ ମଙ୍ଗଳପୁର ପୋଲିସ୍ ୨୧୫/୨୨ ,୨୯୪,୩୨୩,୩୪୧,୫୦୬ ଓ ୩୪ ଧାରା ରେ ମାମଲା ରୁଜୁ କରି ପୋଲିସ୍ ତଦନ୍ତ ଚଳାଇଛି ।