ପୁଣି ଥରେ ଚର୍ଚ୍ଚାରେ ଭିକି- କ୍ୟାଟ୍, କଲେ ରେଜିଷ୍ଟ୍ରେସନ ମ୍ୟାରେଜ୍
ମୁମ୍ବାଇ : ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ବଲିଉଡର ପ୍ରସିଦ୍ଧ ଦମ୍ପତି କ୍ୟାଟ୍ରିନା କୈଫ୍ ଏବଂ ଭିକି କୌଶଲ । ସେମାନଙ୍କ ବିବାହକୁ ତିନିମାସ ଅତିକ୍ରାନ୍ତ କରିଛି । ବର୍ତ୍ତମାନ ଉଭୟେ ବିବାହ ପଞ୍ଜିକରଣ ତଥା ରେଜିଷ୍ଟ୍ରେସନ ମ୍ୟାରେଜ୍ କରିଛନ୍ତି ।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କ୍ୟାଟ୍ରିନା ଏବଂ ଭିକିଙ୍କ ପରିବାର ଉପସ୍ଥିତିରେ ବିବାହ ପଞ୍ଜିକରଣ ତଥା ରେଜେଷ୍ଟ୍ରୀ ମ୍ୟାରେଜ୍ ସମ୍ପୂର୍ଣ୍ଣ ପ୍ରକ୍ରିୟା ଶେଷ ହୋଇଛି। କହିବାକୁ ଗଲେ ଗତ ବର୍ଷ ଡିସେମ୍ବର ୯ରେ କ୍ୟାଟ୍ରିନା ଏବଂ ଭିକି ରାଜସ୍ଥାନରେ ବିବାହ କରିଥିଲେ। ଏହି ରାଜକୀୟ ବିବାହରେ କେବଳ ବଲିଉଡ ଇଣ୍ଡଷ୍ଟ୍ରିର କିଛି ଲୋକମାନେ ସାମିଲ୍ ହୋଇଥିଲେ । କିଛି ଦିନ ପୂର୍ବରୁ ସୋସିଆଲ ମିଡିଆରେ କ୍ୟାଟ୍ରିନା ଏବଂ ଭିକିଙ୍କର ଏକ ଭିଡିଓ ଭାଇରାଲ ହୋଇଥିଲା । ଯେଉଁଥିରେ ଉଭୟ ପରିବାର ସହ ଦେଖିବାକୁ ମିଳିଥିଲା । ଏହି ଭିଡିଓଟି କେବଳ ସେହି ଦିନର। ଦୁହେଁ ବିବାହ ପଞ୍ଜୀକରଣ ପ୍ରକ୍ରିୟା ସମାପ୍ତ ହେବା ପରେ ହିଁ ଏହି ଦମ୍ପତି ପୁରା ପରିବାର ସହିତ ଦେଖିବାକୁ ମିଳିଥିଲେ। ଏହା ପରେ ପୁରା ପରିବାର ମୁମ୍ବାଇର ଏକ ରେଷ୍ଟୁରାଣ୍ଟରେ ଦେଖିବାକୁ ମିଳିଥିଲା।