ଏଣିକି ଫିଚର ଫୋନରେ ବି ହୋଇପାରିବ ୟୁପିଆଇ ପେମେଣ୍ଟ
ଆରବିଆଇ ଲଞ୍ଚ୍ କଲା ‘ୟୁପିଆଇ ୧୨୩ ପେ’
ନୂଆଦିଲ୍ଲୀ : ଏଣିକି ଫିଚର ଫୋନରେ ବି ହୋଇପାରିବ ୟୁପିଆଇ ପେମେଣ୍ଟ । ମଙ୍ଗଳବାର ମାର୍ଚ୍ଚ ୮ ତାରଖରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଫିଚର ଫୋନ ପାଇଁ ଅନ୍ୟ ଏକ ୟୁପିଆଇର ଶୁଭାରମ୍ଭ କରିଛନ୍ତି । ଏହାର ନାଁ ୟୁପିଆଇ୧୨୩ପେ ରଖାଯାଇଛି । ଏହାସହ ଡିଜିଟାଲ ପେମେଣ୍ଟ ପାଇଁ ୨୪ଙ୍ଘ୭ ହେଲ୍ପ ଲାଇନ ନମ୍ୱର ଜାରି କରାଯାଇଛି । ଏହାର ନାଁ ଡିଜି ସାଥୀ ରଖାଯାଇଛି ।
ୟୁପିଆଇ୧୨୩ପେସାହାଯ୍ୟରେ ୟୁଜର୍ସ ଫିଚର ଫୋନରେ ୟୁପିଆଇ ପେମେଣ୍ଟ କରିପାରିବେ । ସ୍କାନ ଆଣ୍ଡ ପେ ଛାଡି ଅନ୍ୟ ସମସ୍ତ ପ୍ରକାର ଟ୍ରାଜେକ୍ସନ ଏହାଦ୍ୱାରା ହୋଇପାରିବ । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏଥିପାଇଁ ଆବଶ୍ୟକ ପଡିବନି ଇଣ୍ଟରନେଣ୍ଟ । ଏହି ସେବାର ଲାଭ ଉଠାଇବା ପାଇଁ ୟୁଜର୍ସଙ୍କୁ ନିଜର ମୋବାଇଲା ନମ୍ୱର ଏବଂ ବ୍ୟାଙ୍କ ଆକାଉଣ୍ଟକୁ ଲିଙ୍କ କରିବାକୁ ପଡିବ । ୨୦୧୬ରେ ଦେଶରେ ଆରମ୍ଭ ହୋଇଥିଲା ୟୁପିଆଇ ପେମେଣ୍ଟ ପ୍ଲାଟଫର୍ମ । ସେବେଠାରୁ ଏହାର ବ୍ୟବହାର ବହୁ ଗୁଣା ବଢିଯାଇଛି । ତେବେ ୟୁପିଆଇ ବ୍ୟବହାର ପାଇଁ ଆନରଏଡ ଫୋନର ଆବଶ୍ୟକତା ପଡୁଥିଲା । ଏହି କାରଣରୁ ଗାଁରେ ଥିବା ବହୁ ଲୋକେ ଏହାର ବ୍ୟବହାର କରିପାରୁ ନଥିଲେ । ଗତବର୍ଷ ଡିସେମ୍ୱର ମାସରେ ଆରବିଆଇ ଫିଚର ଫୋନ ପାଇଁ ୟୁପିଆଇ ଆରମ୍ଭ କରିବ ବୋଲି ଘୋଷଣା କରିଥିଲା । ଆରବିଆଇର ବିଶ୍ୱାସ ଫିଚର ଫୋନରେ ୟୁପିଆଇ ଆରମ୍ଭ ହେବା ପରେ ଗାଁରେ ଏହାର ବ୍ୟବହାର ବଢିବ । ସୂଚନା ଯେ, ଫିଚର ଫୋନ ଅର୍ଥ ସାଧାରଣ ଫୋନ । ଏହି ଫୋନରେ କେବଳ କଥାବାର୍ତ୍ତା ଏବଂ ଏସଏମଏସର ସୁବିଧା ରହିଥିଲା । ଆଜିର ଦିନରେ ବି ବଡ ସଂଖ୍ୟାରେ ଲୋକେ ଫିଚର ଫୋନର ବ୍ୟବହାର କରୁଛନ୍ତି । ଭାରତର ବାଜରକୁ ଫିଚର ଫୋନ ଆସିବାର ଅନେକ ବର୍ଷ ପରେ ସ୍ମାର୍ଟ ଫୋନ ଆସିଥିଲା ।