ଏବର୍ଷ ହେବନି ଟାଣ ଖରା
ଭୁବନେଶ୍ୱର : ଏବର୍ଷ ହେବନି ଟାଣ ଖରା । ଗରମ ମଧ୍ୟ କମ୍ ରହିବ । ଏପ୍ରିଏ ଓ ମେ ମାସରେ ଦିନ ତାପମାତ୍ରା ସ୍ୱାଭାବିକ ଠାରୁ କମ୍ ରହିବ । ଏଭଳି ଆଶ୍ୱସ୍ତ କଲା ଭଳି ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ।
ସେ କହିଛନ୍ତି ଯେ ଚଳିତ ମାର୍ଚ୍ଚ ମାସରେ ବର୍ଷା ହୋଇପାରେ । ଏପ୍ରିଲ ଓ ମେ’ ମାସରେ ମଧ୍ୟ ଗତବର୍ଷ ଭଳି ଗରମ ହେବ ନାହିଁ । ଅର୍ଥାତ ସୂର୍ଯ୍ୟକିରଣର ପ୍ରଭାବ ସେତେ ବେଶୀ ରହିବ ନାହିଁ । ଚଳିତ ବର୍ଷ ଗରମ କମ ହେବ । ଭାରତୀୟ ପାଣିପାଗ ବିଭାଗର ଦୀର୍ଘକାଳୀନ ପୂର୍ବାନୁମାନ ଅନୁସାରେ ପ୍ରଶାନ୍ତ ମହାସାଗରର ଜଳବାୟୁ ପ୍ରକ୍ରିୟା ଲା ନିନାର ପ୍ରଭାବରେ ମାର୍ଚ୍ଚରେ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ସ୍ୱାଭାବିକ ଠାରୁ ଟିକେ ଅଧିକ ତାପମାତ୍ରା ରହିପାରେ । କିନ୍ତୁ ଏପ୍ରିଲ ଓ ମେ’ ମାସରେ ଗରମ କମ ରହିବ, ମାର୍ଚ୍ଚରେ ବର୍ଷାର ସମ୍ଭାବନା ରହିଛି । ଏପ୍ରିଲ ଓ ମେ’ ମାସରେ ଦିନର ସର୍ବୋଚ୍ଚ ତାପମାତ୍ରା ବୃଦ୍ଧି ପାଇବ ନାହିଁ । ଦିନ ବେଳା ମଧ୍ୟ ତାପମାତ୍ରା ସ୍ୱାଭାବିକ ଠାରୁ କମ ରହିବ । ଗ୍ରୀଷ୍ମ ଋତୁ ଅର୍ଥାତ ମାର୍ଚ୍ଚ ମାସଠାରୁ ମେ’ ମାସ ଯାଏଁ ତାତି ଅଧିକ ରହିବ ନାହିଁ ।