ୟୁଜି ପଞ୍ଚମ ସେମିଷ୍ଟର ପରୀକ୍ଷା ଅନଲାଇନରେ ହେଉ, ନଚେତ ବାତିଲ ହେଉ
ଭୁବନେଶ୍ୱର : ୟୁଜି ପଞ୍ଚମ ସେମିଷ୍ଟର ପରୀକ୍ଷା ଅନଲାଇନରେ ହେଉ, ନଚେତ ବାତିଲ ହେଉ। ଏପରି ଦାବି କରି ଦ୍ୱିତୀୟ ଥର ପାଇଁ ରାଜ୍ୟର ବିଭିନ୍ନ କଲେଜର ୟୁଜି ଛାତ୍ରଛାତ୍ରୀ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପାଠପଢା ଅନଲାଇନରେ ହୋଇଛି । ସମ୍ପୂର୍ଣ୍ଣ କୋର୍ସ ଶେଷ ହୋଇନାହିଁ । ଏଭଳି ସ୍ଥଳେ ୟୁଜିସି ଗାଇଡଲାଇନରେ ଉଲ୍ଲେଖ ରହିଛି ଯେ, ଅନଲାଇନ , ଅଫ ଲାଇନ ବା ବ୍ଲେଣ୍ଡେଡ ମେଥଡରେ ପରୀକ୍ଷା ହେବ ।
କିନ୍ତୁ ଉଚ୍ଚ ଶିକ୍ଷା ବିଭାଗ ନିର୍ଦ୍ଦେଶକ୍ରମେ ରାଜ୍ୟର ୟୁନିଭରସିଟି ଅଫଲାଇନ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଛନ୍ତି । ଯାହା ଦ୍ୱାରା ପଞ୍ଚମ ସେମିଷ୍ଟାର ପରୀକ୍ଷା ଖରାପ ହେବା ସହ ଷଷ୍ଠ ସେମିଷ୍ଟାର ପାଇଁ ସମୟ ଅଭାବ ହେବ । ତେଣୁ ଛାତ୍ରଛାତ୍ରୀଙ୍କ କ୍ୟାରିଅର ପ୍ରଭାବିତ ହେଉଛି । ଯେତେ ପର୍ଯ୍ୟନ୍ତ ସରକାରଙ୍କ ନିଷ୍ପତ୍ତି ନହେବ ଆନ୍ଦୋଳନରୁ ଓହରିବୁନି ବୋଲି କହିଛନ୍ତି ଛାତ୍ରଛାତ୍ରୀ ।