ଡିଏସପି ପଦରେ ଯୋଗଦେଲେ ବୀରେନ୍ଦ୍ର ଲାକ୍ରା
ଭୁବନେଶ୍ୱର : ଓଡ଼ିଶା ପୁଲିସର ଡିଏସପି ଭାବେ ଅଲମ୍ପିକ ପଦକ ବିଜେତା ବୀରେନ୍ଦ୍ର ଲାକ୍ରା ଯୋଗ ଦେଇଛନ୍ତି । ଏନେଇ ଓଡ଼ିଶା ପୁଲିସ ଟ୍ୱିଟ୍ କରି ସୂଚନା ପ୍ରଦାନ କରିଛି ।
ସୂଚନା ଯେ, ଟୋକିଓ ଅଲମ୍ପିକ୍ସ ହକିରେ ବୀରେନ୍ଦ୍ର ଲାକ୍ରା ବ୍ରୋଞ୍ଜ ପଦକ ଜିତିଥିଲେ । ପରେ ରାଜ୍ୟ ସରକାର ଅର୍ଥ ପୁରସ୍କାର ସହ ଡିଏସପି ଦରେ ନିଯୁକ୍ତି ଦେବେ ବୋଲି ଘୋଷଣା କରିଥିଲେ ।