୧୨ରୁ ନିଟ୍ ପିଜି କାଉନ୍ସେଲିଂ
ନୂଆଦିଲ୍ଲୀ: ଆରମ୍ଭ ହେବ ନିଟ୍ -ପିଜି କାଉନସେଲିଂ । ୨୦୨୧-୨୦୨୨ ପାଇଁ ନିଟ୍-ପିଜି କାଉନସେଲିଂ ଆରମ୍ଭ ହେବ । ଜାନୁୟାରୀ ୧୨ରୁ କାଉନସେଲିଂ ଆରମ୍ଭ ହେବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ କହିଛନ୍ତି । ସୁପ୍ରିମକୋର୍ଟଙ୍କ କହିବାର ୨ ଦିନପରେ ସ୍ୱାସ୍ଥ୍ୟମନ୍ତ୍ରୀ ଏ ସମ୍ପର୍କରେ ତାଙ୍କ ବିବୃତି ରଖିଛନ୍ତି । ଆଡମିଶନ ପାଇଁ କାଉନସେଲିଂର ଆବଶ୍ୟକତା ରହିଛି ବୋଲି କୋର୍ଟ କହିଥିଲେ ।
ନିଟ୍-ପିଜି କାଉନସେଲିଂ ଚଳିତମାସ ୧୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏନେଇ ନିଜେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ସୂଚନା ଦେଇଛନ୍ତି । ସେ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି କି, ଘରୋଇ ଡାକ୍ତରଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ଦିଆଯାଇଥିବା ଆଶ୍ୱାସନା ମୁତାବକ ମାନନୀୟ ସୁପ୍ରିମକୋର୍ଟଙ୍କ ଆଦେଶ ପରେ ଏମସିସି ଦ୍ୱାରା ନିଟ-ପିଜି କାଉନସେଲିଂ ଜାନୁଆରି ୧୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏହାଦ୍ୱାରା କରୋନା ଯୁଦ୍ଧରେ ଦେଶର ସ୍ୱାସ୍ଥ୍ୟ ଭିତିଭୂମି ସୁଦୃଢ ହୋଇପାରିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି । ଉଲ୍ଲେଖଯୋଗ୍ୟ, କିଛିଦିନ ତଳେ କୋର୍ଟ ନିଟ-ୟୁଜି ଓ ପିଜିରେ ଓବିସିଙ୍କ ପାଇଁ ୨୭ ପ୍ରତିଶତ ଓ ଇଡବ୍ଲ୍ୟଏସ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ପ୍ରଦାନ କରିବାକୁ କେନ୍ଦ୍ରର ନିଷ୍ପତିକୁ ଗ୍ରହଣ କରି ନିଟ୍ କାଉନସେଲିଂ ଆରମ୍ଭ କରିବା ନେଇ ଥିବା ଅସୁବିଧାକୁ ଦୂର କରିଛନ୍ତି । ଏହାପରେ ମେଡିକାଲ କାଉନସେଲିଂ କମିଟି ତରଫରୁ ନିଟ ୟୁଜି ଓ ପିଜି କାଉନସେଲିଂ ୨୦୨୧ ନେଇ ଏକକ ନୋଟିସ ଜାରି କରିଛି । ମେଡିକାଲ କାଉନସେଲିଂ କମିଟି ଦ୍ୱାରା ଜାରି କରାଯାଇଥିବା ନୋଟିସରେ ଛାତ୍ରଛାତ୍ରୀମାନଙ୍କୁ ସୁପ୍ରିମକୋର୍ଟଙ୍କ ନିଷ୍ପତି ବାବଦରେ ଅବଗତ କରାଯାଇଛି । ଏହାସହ ଆଶ୍ୱାସନା ଦିଆଯାଇଛି କି କାଉନସେଲିଂର ସିଡ୍ୟୁଲ ଅଫିସିଆଲ ୱେବସାଇଟରେ ଜାରି କରାଯିବ ।