ରାଜ୍ୟରେ ଖୁବଶୀଘ୍ର ୧୧ ହଜାର ଶିକ୍ଷକ ପଦବୀ ପୂରଣ ହେବ : ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ
ଖୋର୍ଦ୍ଧା : ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଗୁରୁତ୍ବପୂର୍ଣ୍ଣ ସୂଚନା। ରାଜ୍ୟରେ ଶିକ୍ଷକ ପଦବୀ ପୂରଣ ପାଇଁ ପୁନଃର୍ବାର ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିବା କହିଛନ୍ତି । ବୋଲଗଡ଼ ଗସ୍ତରେ ଥିବାବେଳେ ସେ ଏହି ସୂଚନା ଦେଇଛନ୍ତି ।
ସ୍ମାର୍ଟ ସ୍କୁଲରେ ପ୍ରାଥମିକତା ଭିତ୍ତିରେ ଶିକ୍ଷକ ପଦବୀ ପୂରଣ କରାଯାଉଛି । ସ୍ମାର୍ଟ ସ୍କୁଲରେ ପିଲାଙ୍କୁ ପାଠ ପଢ଼ାଇବା ପାଇଁ ଶିକ୍ଷକ ମାନଙ୍କୁ ସ୍ମାର୍ଟ କରାଯାଇଥିବା କଥା କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ । ପ୍ରତ୍ୟେକ ବିଷୟ ଅନୁସାରେ ଖାଲି ଥିବା ଶିକ୍ଷକ ପଦବୀ ପୁରଣ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ସମୀର ରଞ୍ଜନ ଦାଶ । ଏହି ଅବସରରେ ବୋଲଗଡ଼ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସହ ମଣିକାଗୋଡା ଉଚ୍ଚ ବିଦ୍ୟାଳୟର ନୂତନ ଗୃହ ଉଦଘାଟନ କରିଛନ୍ତି ସମୀର ରଞ୍ଜନ ଦାଶ ।