୯୩୯ କେନ୍ଦ୍ରରେ ୧୫ରୁ ୧୮ ବୟସ୍କଙ୍କ ଟିକାକରଣ ଜାରି, ନେଲେଣି ୧୮୮୨
ଭୁବନେଶ୍ୱର : ସାରା ରାଜ୍ୟରେ କରୋନା ମହାମାରୀ ତାଣ୍ଡବ ରଚୁଥିବା ବେଳେ ଏଥି ପାଇଁ ଅଧିକ ଗୁରୁତ୍ଵ ଦିଆଯାଇଛି। ଅନେକ ଦିନ ର ପ୍ରତୀକ୍ଷା ପରେ ଆଜିଠୁ ଆରମ୍ଭ ହୋଇଛି ୧୫ ରୁ ୧୮ ବୟସ୍କଙ୍କ ପାଇଁ ଟିକାକରଣ। ବର୍ତ୍ତମାନ ସୁଧା ୧୮୮୨ ଜଣ ଟିକା ନେଇସାରିଲେଣି। ସବୁ ଟିକାକରଣ କେନ୍ଦ୍ରରେ ସୁରୁଖୁରୁରେ ଟିକାକରଣ ଚାଲିଛି। ଏବେ ୩୧୯୩ କେନ୍ଦ୍ରରେ ଟିକାକରଣ ଚାଲୁ ରହିଛି ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ୩୧୯୩ ଟୀକା କାରଣ କେନ୍ଦ୍ରରୁ ୯୩୯ ଟି କେନ୍ଦ୍ରରେ ୧୫ ରୁ ୧୮ ବର୍ଷ ବୟସ୍କଙ୍କ ପାଇଁ ସ୍ୱତନ୍ତ୍ର ଟୀକା କାରଣ କେନ୍ଦ୍ର କରାଯାଇଛି।
ସେ ଆହୁରୀ ମଧ୍ୟ କହିଛନ୍ତି ଗଣ ଶିକ୍ଷା ବିଭଗ ସହିତ ସ୍ୱାସ୍ଥ୍ୟ ବିଭଗର ଆଲୋଚନା ହୋଇଛି। ଯେଉଁ ସ୍କୁଲରେ ସୁବିଧା ଥିବ ସେହି ସ୍କୁଲରେ ମଧ୍ୟ ଟିକାକରଣ କରଣ କେନ୍ଦ୍ର ଖୋଲାଯିବ। ପ୍ରତି ସ୍କୁଲ ଓ କଲେଜରେ କେତେ ପିଲା ଅଛନ୍ତି ଟିକା ନେବା ପାଇଁ ତାର ତାଲିକା ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।