ରାଜ୍ୟରେ ଆଉ ୨୩ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର : ଓଡିଶାରେ ରବିବାର ଦିନ ଗୋଟିଏ ଦିନରେ ୨୩ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣା ପଡିଛି । ଇନଷ୍ଟିଚ୍ୟୁଟ ଅଫ ଲାଇଫ ସାଇନ୍ସ ପକ୍ଷରୁ ଏହି ସୂଚନା ଦିଆ ଯାଇଛିା ଏହା ପୂର୍ବରୁ ୧୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଆଉ ଏହି ସଂଖ୍ୟାକୁ ମିଶାଇ ରାଜ୍ୟରେ ସମୁଦାୟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୩୭ରେ ପହଂଚିିଛି । ଆଉ ଏମାନଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇସାରିଛନ୍ତି । ଆଇଏଲଏସ ପକ୍ଷରୁ ସୂଚନା ଦିଆ ଯାଇଛି ଯେ ଏହି ଚିହ୍ନଟ ଓମିକ୍ରନ ଆକ୍ରାନ୍ତଙ୍କ ମଧ୍ୟରୁ ୫୦ ପ୍ରତିଶତ ସ୍ଥାନୀୟ ସଂକ୍ରମିତ ଥିବାବେଳେ ୫୦ ପ୍ରତିଶତ ବିଦେଶୀ ଫେରନ୍ତା ଅଛନ୍ତି । ଉଲ୍ଲେଖନୀୟ ଯେ ଓଡ଼ିଶାରେ ପ୍ରଥମେ ଗତ ଡିସେମ୍ବର ୨୧ ତାରିଖ ଦିନ ଦୁଇ ଜଣ ଓମ୍ରିକନ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।
ସେହିପରି ୨୩ ଜଣ ଓମ୍ରିକନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ପୁରୁଷ ୧୯ ଜଣ ଥିବା ବେଳେ ମହିଳା ମାନଙ୍କ ସଂଖ୍ୟା ୪ ଜଣ ରହିଛନ୍ତି । ଏମାନଙ୍କ ମଧ୍ୟରୁ ୮ ବର୍ଷରୁ ଆରମ୍ଭ କରି ୮୩ ବର୍ଷ ଯାଏ ଲୋକ ରହିଛନ୍ତି ବୋଲି ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ କେନ୍ଦୁଝର ଜିଲ୍ଲାରୁ ସର୍ବାଧିକ ୭ ଜଣ ଓମ୍ରିକନ ସଂକ୍ରମିତ ଅଛନ୍ତି । ସମସ୍ତଙ୍କ ଅବସ୍ଥା ସ୍ଥିର ଥିବା ସେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ସମସ୍ତେ କୋବିଡ ଅନୁରୂପ ବ୍ୟବହାର କରିବା ଆବଶ୍ୟକ ।
ଓମ୍ରିକନ ଅଧିକ ସଂକ୍ରାମକ ବୋଲି କହିଛନ୍ତି ଆରଏମଆରସିର ନିର୍ଦେଶିକା ଡ ସଂଘମିତ୍ରା ପତି କହିଛନ୍ତି । ଓମିକ୍ରମ ସମ୍ପର୍କରେ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ ଏହା ଅଧିକ ସଂକ୍ରାମକ । ହେଲେ ଏହାର ସିଭିୟରିଟିକୁ ନେଇ ତଥ୍ୟ ଉପଲବ୍ଧ ନ ଥିବା ସେ ପ୍ରକାଶ କରିଛନ୍ତି । ସଚେତନତା ଓ ସାବଧାନତା ହିଁ ଏଥିରୁ ବଂଚିବାର ଏକ ମାତ୍ର ଉପାୟ ବୋଲି ସେ କହିଛନ୍ତି ।