ବିଷ୍ଣୁପଦ ସେଠୀ ହେଲେ ସ୍କୁଲ ଓ ଗଣଶିକ୍ଷା ବିଭାଗର ନୂଆ ସଚିବ
ଭୁବନେଶ୍ୱର : ବିଷ୍ଣୁପଦ ସେଠୀ ହେଲେ ଭାରତୀୟ ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ । ପୂର୍ବରୁ ମଧ୍ୟ ଅନେକ ବଡ଼ ବିଭାଗରେ ସଫଳତାର ସହ ନିଜ ଦାୟିତ୍ୱ ନିର୍ବାହ କରିଆସିଛନ୍ତି ବିଷ୍ଣୁପଦ ସେଠୀ ।
ବର୍ତ୍ତମାନ ରାଜ୍ୟ ସରକାର ଏହି ଅଫିସରଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗର ସଚିବ ଭାବେ ଦାୟିତ୍ୱ ଦେଇଛନ୍ତି । ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ନିଷ୍ପତ୍ତି ସାମୟିକ ଭାବେ ସ୍ଥଗିତ ରଖାଯାଇଥିବା ବେଳେ, ପିଲାମାନଙ୍କ ପାଠପଢା କିପରି ସୂଚାରୁରୂପେ ଚାଲିପାରିବ, ଏବଂ ଠିକ୍ ସମୟରେ ପରୀକ୍ଷା କରାଇବା ରହିବ ସବୁଠୁ ବଡ ଦିଗ । ତେବେ କରୋନା ମହାମାରୀ ବେଳେ ତାଙ୍କ ସାମ୍ନାରେ ଏବେ ରହିଛି ଅନେକ ଚ୍ୟାଲେଞ୍ଜ ।