ଜାନୁଆରୀ ତୃତୀୟ ସପ୍ତାହ ସୁଦ୍ଧା ପିକ୍ରେ ପହଂଚି ପାରେ ସଂକ୍ରମଣ
ଭୁବନେଶ୍ୱର : ଓମିକ୍ରନ ନିଶ୍ଚିତ ଭାବେ ଭାରତରେ ତୃତୀୟ ଲହର । ଏଥିରେ କୌଣସି ସନ୍ଦେହ ନାହିଁ । ଯେଉଁ ଭଳି ଏହା ସଂକ୍ରମଣ କରୁଛି ତାହା ଚିନ୍ତାଜନକ । ଦକ୍ଷିଣ ଆଫ୍ରିକା, ୟୁକେ, ଡେନମାର୍କ ଓ ନରୱେ ରେ ଏହା କ୍ଷିପ୍ର ଗତିରେ ମାଡୁଛି । ଏହା ସମଗ୍ର ବିଶ୍ୱକୁ ବ୍ୟାପିବ । କେସ୍ ଲୋଡ୍ ବହୁତ ବଢ଼ିବ । ମାତ୍ର ସିଭିୟରିଟି ହେବ ନାହିଁ । ବିଦେଶ ଅନୁପାତରେ ଆମ ଦେଶରେ୨୦ରୁ ୨୫ ଲକ୍ଷ କେସ ଦୈନିକ ଆସିବ ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର ।
ସେ କହିଛନ୍ତି ଯେ ଡ଼ିସେମ୍ବର ଶେଷ କିମ୍ବା ଜାନୁଆରୀ ପ୍ରଥମ ସପ୍ତାହରେ ସଂକ୍ରମଣ ବଢିବାର ସମ୍ଭାବନା ରହିଛି । ଜାନୁଆରୀ ତୃତୀୟ ସପ୍ତାହ ସୁଦ୍ଧା ସଂକ୍ରମଣ ପିକ୍ ରେ ପହଂଚି ପାରେ । ଓଡ଼ିଶାରେ ପାଖାପାଖି ୪୦ରୁ ୫୦ ହଜାର ଭିତରେ କେସ ଲୋଡ ରହିପାରେ ବୋଲି ସେ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଯେଉଁମାନେ ଚିହ୍ନଟ ହେବେ ସମସ୍ତେ ଲକ୍ଷଣବିହୀନ ହିଁ ଚିହ୍ନଟ ହେବେ । ଯେଉଁମାନେ ମାନଙ୍କର ଇମ୍ୟୁନିଟି କମ୍ ରହିଛି ସେମାନଙ୍କ କ୍ଷେତ୍ରରେ ସିଭିୟରିଟି ବଢ଼ିବ ।