ଫୁଲବାଣୀ ଓଡିଶା ସବୁଠୁ ଥଣ୍ତା ସହର
ଭୁବନେଶ୍ୱର : ରାଜ୍ୟରେ ଶୀତର ପ୍ରକୋପ ଦେଖାଯାଇଛି। ଅନେକ ଅଞ୍ଚଳରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଧୀରେ ଧୀରେ ଚାରିଆଡେ ବଢୁଛି ଥଣ୍ଡାର ପ୍ରକୋପ । ବିଭିନ୍ନ ସ୍ଥାନରେ ସକାଳ ୯ଟା ଯାଏଁ ଘନ କୁହୁଡି ଲାଗି ରହୁଥିବାର ଦେଖାଯାଉଛି । ଇତିମଧ୍ୟରେ କନ୍ଧମାଳର ଫୁଲବାଣୀ ସହରରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି । ଓଡିଶାର ୧୦ରୁ ଊର୍ଦ୍ଧ୍ବ ଜିଲାର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି ।
ସେହିପରି ୧୫ ଡିଗ୍ରୀ ତଳେ ୧୨ ସହରର ରାତ୍ରି ତାପମାତ୍ରା ରେକର୍ଡ କରାଯାଇଛି। ୭ ଡିଗ୍ରୀ ସହ ଫୁଲବାଣୀ ସବୁଠୁ ଅଧିକ ଥଣ୍ଡା ସହର। ଦାରିଙ୍ଗବାଡି ୭.୫, କୋରାପୁଟ ୭.୫, ସୁନ୍ଦରଗଡ ୯.୫, ଟିଟିଲାଗଡ ୯.୮, ଭବାନୀପାଟଣା ୧୦, ସୋନପୁର ୧୦.୫, କେନ୍ଦୁଝର, ଅନୁଗୁଳ ଓ ବଲାଙ୍ଗୀରରେ ତାପମାତ୍ରା ୧୧ ଡିଗ୍ରୀ। ମାଲକାନଗିରି ୧୧.୫, ଚାନ୍ଦବାଲି ୧୧.୬। ସେହପରି କଟକ ଓ ଭୁବନେଶ୍ୱରରେ ତାପମାତ୍ରା ୧୩ ଡିଗ୍ରୀ ରେକର୍ଡ କରାଯାଇଛି।