ଏଣିକି ଅଫଲାଇନରେ ହେବ ୟୁଜି ଓ ପିଜି ପରୀକ୍ଷା
ଭୁବନେଶ୍ୱର : ଏଣିକି ଅଫଲାଇନ ମୋଡରେ ହେବ ୟୁଜି ଓ ପିଜିର ସମସ୍ତ ପରୀକ୍ଷା । ଏ ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତି ନିଆଯାଇଛି। ସେହିପରି ପରିକ୍ଷା ସମୟରେ ଉପଯୁକ୍ତ କୋଭିଡ୍ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସମସ୍ତ ରାଜ୍ୟ ବିଶ୍ୱବିଦ୍ୟାଳୟର କୁଳପତି ତଥା ସମସ୍ତ ସରକାରୀ/ଅଣ-ସରକାରୀ ଡିଗ୍ରୀ ମହାବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ଏକ ଚିଠିରେ ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର ଅଫଲାଇନ୍ ମୋଡରେ ଅନୁଷ୍ଠିତ ହେବ ବୋଲି ଅବଗତ କରିଛନ୍ତି। ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଆସୁଥିବା ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ପରୀକ୍ଷାଗାରକୁ ନେଇ ଓଡିଶା ସରକାର ଏକ ଗୁରୁତ୍ୱପୂର୍ଣ୍ଣ ବିଜ୍ଞପ୍ତି ଜାରି କରିଛନ୍ତି।