ଘାଟିରୁ ଖସିଲା ଭ୍ୟାନ୍ : ଜଣେ ମୃତ ଓ ୫ ଗୁରୁତର
ଗଜପତି : ମହେନ୍ଦ୍ରଗିରି ପର୍ବତରେ ଅଘଟଣ । ଘାଟି ଉପରୁ ପର୍ଯ୍ୟଟକଙ୍କ ପିକ୍ଅପ୍ ଖସି ୧୨ ଜଣ ଯାତ୍ରୀ ଗୁରୁତର ହୋଇଥିବା ଜଣାପଡିଛି । ତେବେ ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟ ମଧ୍ୟ ଘଟିଛି । ଘଟଣାସ୍ଥଳରେ ଯୁଦ୍ଧକାଳୀନ ଭିତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ମହେନ୍ଦ୍ରଗିରି ଶୈବପୀଠ ଦର୍ଶନ ସାରି ଫେରିବା ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଭାରସାମ୍ୟ ହରାଇ ଟୁରିଷ୍ଟ ଭ୍ୟାନ୍ ଖସିପଡିଛି କିମ୍ବା ଏହା ପଛରେ ଆଉ କଣ କାରଣ ରହିଛି ତାହା ଜଣାପଡିନଥିବା ବେଳେ ପୋଲିସ ଏବଂ ଉଦ୍ଧାରକାରୀ ଟିମ ଘଟଣାସ୍ଥଳରେ ଯୁଦ୍ଧକାଳୀନ ଭିତିରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।