ଏସବିଆଇ ଆଲର୍ଟ : ଆଜି ବନ୍ଦ ରହିବ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍, ୟୋନୋ, ୟୋନୋ ଲାଇଟ, ୟୁପିଆଇ ସୁବିଧା
ମୁମ୍ବାଇ : ଯଦି ଆପଣ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ଗ୍ରାହକ ତେବେ ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା । ଶନିବାର ଦିନ ଆପଣ ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ସେବା ବ୍ୟବହାର କରିବାକୁ ସମର୍ଥ ହେବେ ନାହିଁ । ଏହି ଦୁଇ ଦିନ ପାଇଁ ବ୍ୟାଙ୍କର ଶାଖା ମଧ୍ୟ ବନ୍ଦ ରହିବ । ଶନିବାର ହେଉଛି ଦ୍ୱିତୀୟ ଶନିବାର ଏବଂ ରବିବାର ହେଉଛି ଏକ ସାପ୍ତାହିକ ଛୁଟି ।
ଏସବିଆଇ ଇଣ୍ଟରନେଟ ବ୍ୟାଙ୍କିଙ୍ଗ ସେବାର ଉପଭୋକ୍ତାମାନେ ଶନିବାର ଏବଂ ରବିବାର ଦିନ ରକ୍ଷଣାବେକ୍ଷଣ କାର୍ୟ୍ୟ ହେତୁ ୩୦୦ ମିନିଟ ପର୍ୟ୍ୟନ୍ତ ଇଣ୍ଟରନେଟ ବ୍ୟାଙ୍କିଙ୍ଗ, ସୁବିଧା ବ୍ୟବହାର କରିପାରିବେ ନାହିଁ । ଏସବିଆଇ ତାର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଟ୍ୱିଟ୍ କରି କହିଛି ଯେ ଆମେ ଆମର ସମ୍ମାନିତ ଗ୍ରାହକଙ୍କୁ ଅନୁରୋଧ କରୁଛୁ କି ଆମ ସହ ଯୋଡି ହୋଇ ରୁହନ୍ତୁ କାରଣ ଆମେ ଏକ ଉନ୍ନତ ବ୍ୟାଙ୍କିଙ୍ଗ୍ ଅଭିଜ୍ଞତା ପ୍ରଦାନ କରିବାକୁ ଚେଷ୍ଟା କରୁଛୁ। ୧୧ ଡିସେମ୍ବର ୨୦୨୧ ରେ ରାତି ୨୩ଟା ୩୦ ରୁ ୪ଟା ୩୦ (୩୦୦ ମିନିଟ୍) ମଧ୍ୟରେ ଟେକ୍ନୋଲୋଜି ଅପଗ୍ରେଡ୍ କାର୍ୟ୍ୟ କରିବୁ। ଏହି ସମୟ ମଧ୍ୟରେ । ଏନବି / ୟୋନୋ / ୟୋନୋ ଲାଇଟ / ୟୋନୋ ବିଜନେସ / ୟୁପିଆଇ ଉପଲବ୍ଧ ହେବ ନାହିଁ । ଅସୁବିଧା ପାଇଁ ଦୁଃଖିତ ଏବଂ ଆମ ସହିତ ରହିବାକୁ ଅନୁରୋଧ ।