ରାଜସ୍ଥାନର ଫୋର୍ଟ ବାରୱାରାରେ ବାହା ହେବ କ୍ୟାଟ୍ରିନା-ବିକି, ପ୍ରସ୍ତୁତି ଜୋରଦାର
ମୁମ୍ବାଇ : ରାଜସ୍ଥାନରେ ଡିସେମ୍ବର ୯ ରେ ହେବାକୁ ଥିବା ଫିଲ୍ମ ତାରକା କ୍ୟାଟ୍ରିନା କୈଫ ଏବଂ ବିକି କୌଶଲଙ୍କ ବିବାହରେ ମୋଟ ୧୨୦ ବଲିଉଡ ଏବଂ ଅନ୍ୟ ସେଲିବ୍ରିଟି ଯୋଗଦେବେ ଇ ସବୁ ଅତିଥି କୋଭିଡ ଅନୁସରଣ କରିବେ ଏବଂ ସଂପୂର୍ଣ୍ଣ ଟୀକାକୃତ ଅତିଥିମାନେ ହିଁ ଏହି ବାହାଘର ଉତ୍ସବ ରେ ଯୋଗ ଦେଇପାରିବେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ବାହାଘର ର ଅନ୍ୟାନ୍ୟ ଇଭେଣ୍ଟଗୁଡିକ ଡିସେମ୍ବର ୭ରୁ ଡିସେମ୍ବର ୧୦ ମଧ୍ୟରେ ହେବ । ଜିଲା ପ୍ରଶାସନ ପକ୍ଷରୁ ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ ପରିଚାଳନା ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ବିସ୍ତୃତ ଆଲୋଚନା କରାଯାଇଛି ।
ରାଜସ୍ଥାନର ଫୋର୍ଟ ବାରୱାରାରେ ଏହି ବାହାଘର ହେବ । ଏହି ଫୋର୍ଟକୁ ଗୋଟିଏ ହେରିଟେଜ ହୋଟେଲରେ ପରିଣତ କରାଯାଇଛି । ଏହି ସ୍ଥାନ ଟି ଜୟପୁର ଠାରୁ ପ୍ରାୟ ୧୭୪ କିଲୋମିଟର ଦୂରରେ ଅବସ୍ଥିତ । ସାୱାଇ ମାଧୋପୁର ଜିଲା Ranthambore National Tiger Reserve ପାଇଁ ପ୍ରସିଦ୍ଧ । ରିପୋର୍ଟ ଅନୁଯାୟୀ ଅତିଥିମାନଙ୍କୁ ଏକ ଟାଇଗର ସଫାରି ବୁଲାଇ ନିଆଯିବାର ସମ୍ଭାବନା ରହିଛି ।