ରାଜ୍ୟରେ ବର୍ତମାନ ସୁଦ୍ଧା ୪କୋଟି ୩୮ଲକ୍ଷ ଟିକାକରଣ
ଭୁବନେଶ୍ୱର : ବର୍ତମାନ ସୁଦ୍ଧା ରାଜ୍ୟରେ ୪ କୋଟି ୩୮ ଲକ୍ଷ ୨୧ ହଜାର ୭୦୮ ଟିକା ଦିଆସାରିଲାଣି । ଏଥିମଧ୍ୟରୁ ୨ କୋଟି ୭୯ ଲକ୍ଷ ୬ ହଜାର ୪୬୬ ଜଣ ପ୍ରଥମ ଡୋଜ ଟିକା ନେଇଛନ୍ତି, ଯାହା ୮୬ ପ୍ରତିଶତ । ସେହିପରି ୪୯ ପ୍ରତିଶତ ଲୋକ ବା ୧ କୋଟି ୫୯ ଲକ୍ଷ ୧୫ ହଜାର ୨୪୨ଦ୍ୱିତୀୟ ଡୋଜ ନେଇଛନ୍ତି । ୩ ଲକ୍ଷ ୬୪ ହଜାର ୫୯ ଜଣ ଗର୍ଭବତୀ ମହିଳା ଟିକା ନେଇଛନ୍ତି । ବର୍ତମାନ ସୁଦ୍ଧ ଆହୁରି ୪୬ ଲକ୍ଷ ହିତାଧିକାରୀ ପ୍ରଥମ ଡୋଜ ନେଇନଥିବା ବେଳେ ୩୧ ଲକ୍ଷ ଲୋକ ଦ୍ୱିତୀୟ ଡୋଜ ଟିକା ନେଇନାହାନ୍ତି । ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ ଏହି ସୂଚନା ଦେଇଛନ୍ତି ।
ସେ ଆହୁରି କହିଛନ୍ତି, ଯେଉଁମାନଙ୍କର ଟିକା ନେବାର ସମୟ ହୋଇଛି, ସେମାନେ ଯଥାଶୀଘ୍ର ଆସି ଟିକା ନେଇଯାଅନ୍ତୁ । ଡିସେମ୍ବର ଶେଷ ସୁଦ୍ଧା ଶତ ପ୍ରତିଶତ ଟିକା ଦିଆଯିବ ବୋଲି ଲକ୍ଷ୍ୟ ରଖାଯାଇଛି । ବିଶେଷ ଭାବରେ ଗ୍ରାମାଂଚଳକୁ ଅଧିକ ଫୋକସ କରାଯାଉଛି । ମୋବାଇଲ ଭ୍ୟାନ ଦ୍ୱାରା ଘର ଘର ବୁଲି ଟିକାକରଣ କରାଯାଉଛି । ପ୍ରତି ଗାଁରେ ଥିବା ଆଶାକର୍ମୀ ଏବଂ ସ୍ୱାସ୍ଥ୍ୟକର୍ମୀ ଗ୍ରାମାଂଚଳରେ ଥିବା ପ୍ରଭାବଶାଳୀ ଲୋକଙ୍କ ମାଧ୍ୟମରେ ଲୋକଙ୍କୁ କିଭକି ଟିକା ଦିଆଯିବ ସେନେଇ ମଧ୍ୟ ସଚେତନ କରୁଛନ୍ତି ।