ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗ : ଭିଜିଲାନ୍ସ ପଞ୍ଝାରେ କନଷ୍ଟେବଲ
ବ୍ରହ୍ମପୁର : ଭିଜିଲାନ୍ସ ଜାଲରେ ପୋଲିସ କନେଷ୍ଟବଳ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ କନଷ୍ଟେବଲଙ୍କ ଘରେ ବ୍ରହ୍ମପୁର ଭିଜିଲାନ୍ସର ଚଢ଼ାଉ । ବ୍ରହ୍ମପୁର କାର୍ଯ୍ୟରତ ପୋଲିସ କନେଷ୍ଟବଳ ସୁଦର୍ଶନ ପ୍ରଧାନଙ୍କ ଘରେ ଅତର୍କିତ ଚଢାଉ କରିଛି ଭିଜିଲାନ୍ସ ବିଭାଗର ସ୍ବତନ୍ତ୍ର ଟିମ୍ । ଏକକାଳୀନ ୩ଟି ସ୍ଥାନରେ ଚଢାଉ କରାଯାଇ ବର୍ତ୍ତମାନ ସୁଦ୍ଧା ନଗଦ ୫ ଲକ୍ଷ ୧୬ ହଜାର ୮୮୦ ଟଙ୍କା ଜବତ କରାଯାଇଛି ।
ବ୍ରହ୍ମପୁର ସହରରେ ରହିଥିବା ଲୋଚାପଡା ଠାରେ ତିନି ମହଲା ବିଶିଷ୍ଟ ବାସଭବନ, ନିମଖଣ୍ଡି ଠାରେ ଥିବା ଏକ କୋଠା ଏବଂ ଭଞ୍ଜନଗର ନିକଟବର୍ତ୍ତୀ ଗାମୁଣ୍ଡି ଗ୍ରାମ ଠାରେ ରହିଥିବା ପୈତୃକ ବାସଭବନ ଉପରେ ଚଢାଉ ଜାରି ରହିଛି। ଏଥିରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଅତିରିକ୍ତ ଏସ୍.ପି ଙ୍କ ନେତୃତ୍ୱରେ ,ଦୁଇଟି ଡି. ଏସ୍. ପି ଏବଂ ପାଞ୍ଚ ଜଣ ଇନସପେକ୍ଟର ସାମିଲ ଅଛନ୍ତି । ବର୍ତ୍ତମାନ ସୁଦ୍ଧା ନଗଦ ପାଞ୍ଚ ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କା ଜବତ ହୋଇଥିବା ବେଳେ ସମସ୍ତ ସମ୍ପତ୍ତିର ଆକଳନ କରୁଛି ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ।