ଆଜିର ଭାଗ୍ୟଫଳ (ଶନିବାର, ୨୦ /୧୧/୨୦୨୧). ଶନିଦେବଙ୍କ କୃପାରୁ ଏହି ରାଶିଙ୍କୁ ମିଳିବ ଖୁସି ଖବର
ଆଜି ୨୦୨୧ ନଭେମ୍ବର ୨୦ । ଶନିବାର । ବିଛାମାସ ୫ ଦିନ । ମାର୍ଗଶୀର ମାସ । କୃଷ୍ଣପକ୍ଷ । ପ୍ରତିପଦାତିଥି । ରୋହିଣୀ ନକ୍ଷତ୍ର । ବୃଷରାଶିରେ ଚନ୍ଦ୍ର । ଶିବଯୋଗ । କୌଳବ କରଣ, ସନ୍ଧ୍ୟା ୫ଟା ୫ମିନିଟ୍ ଗତେ ଗତେ ତୈତିଳ କରଣ । ବୃଷ, ସିଂହ, କନ୍ୟା ରାଶିର ଘାତବାର । ବିଛା ରାଶିର ଘାତଚନ୍ଦ୍ର । ପାଣିକଖାରୁ ନ ଖାଇଲେ ଭଲ, ସନ୍ଧ୍ୟା ୫ଟା ୫ମିନିଟ୍ ପରେ ବୋଇତି କଖାରୁ ନ ଖାଇଲେ ଭଲ । ଯୋଗିନୀ- ପୂର୍ବେ ସନ୍ଧ୍ୟା ୫ଟା ୫ମିନିଟ୍ ପରେ ଉତ୍ତରେ ଯାତ୍ରା ନିଷେଧ ।
ଶ୍ରାଦ୍ଧ ତର୍ପଣ- ପ୍ରତିପଦାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଅଶୁଭସମୟ- ପ୍ରାତଃ ୬ଟା ୧ମିନିଟ୍ ରୁ ୭ଟା ୨୪ମିନିଟ୍, ଦିବା ୧୨ଟା ୫୪ମିନିଟ୍ ରୁ ଦିବା ୨ଟା ୧୭ମିନିଟ୍, ଦିବା ୩ଟା ୩୯ମିନିଟ୍ ରୁ ୫ଟା ୨ମିନିଟ୍, ସନ୍ଧ୍ୟା ୫ଟା ୨ମିନିଟ୍ ରୁ ୬ଟା ୪୦ମିନିଟ୍, ରାତ୍ରି ୪ଟା ୨୪ମିନିଟ୍ ରୁ ୬ଟା ୨ମିନିଟ୍ । ଶୁଭସମୟ- ସକାଳ ୭ଟା ୩୦ମିନିଟ୍ ରୁ ସକାଳ ୮ଟା ୪୬ମିନିଟ୍, ଦିବା ୧୧ଟା ୫୫ମିନିଟ୍ ରୁ ୧୨ଟା ୫୩ମିନିଟ୍, ଦିବା ୨ଟା ୧୮ମିନିଟ୍ ରୁ ୨ଟା ୪୯ମିନିଟ୍, ଦିବା ୩ଟା ୩୫ମିନିଟ୍ ରୁ ୩ଟା ୩୮ମିନିଟ୍, ରାତ୍ର ୨ଟା ୩୫ମିନିଟ୍ ରୁ ରାତ୍ର ୩ଟା ୨୫ମିନିଟ୍ ।
ମେଷ:-
ସୃଜନାତ୍ମକ କାର୍ଯ୍ୟ ପ୍ରତି ଆକର୍ଷିତ ହେବେ । ବ୍ୟବସାୟରେ ଆପଣଙ୍କୁ ଉତ୍ତମ ଲାଭ ମିଳିବ । ଅବିବାହିତ ଯୁବକ ଯୁବତୀ ମାନଙ୍କର ବିବାହ ସ୍ଥିର ହୋଇପାରେ । ଭୋଗ ବିଳାସରେ ଅଧିକ ମହତ୍ୱ ଦେବେ । ପରିବାରର ଶୁଭ କାର୍ଯ୍ୟରେ ଧନ ଖର୍ଚ୍ଚ କରିପାରନ୍ତି । ବିଦ୍ୟାର୍ଥୀମାନେ ଶିକ୍ଷା କ୍ଷେତ୍ରରେ ଭଲ ଫଳ ପାଇବେ । ଅସହାୟ ଲୋକମାନଙ୍କର ଉପକାର କରିବା ପାଇଁ ଆଗ୍ରହୀ ହେବ । ନିଜର ଲକ୍ଷ୍ୟ ପୂରଣ କରିବା ପାଇଁ କଠିନ ପରିଶ୍ରମ କରିବାକୁ ପଡିବ । ପ୍ରତିକାର:-ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ ।
ବୃଷ:-
ବିଦ୍ୟାର୍ଥୀମାନଙ୍କୁ ପ୍ରତିଯୋଗୀ ପରୀକ୍ଷାରେ ସଫଳତା ମିଳିବ । ବ୍ୟବସାୟରେ ଗୁରୁଜନଙ୍କ ପରାମର୍ଶ ନେଲେ ଲାଭକାରୀ ହେବ । ବ୍ୟାକିଂ ଓ ଫାଇନାଂସ୍ ସମ୍ବନ୍ଧିତ କାର୍ଯ୍ୟରେ ଉତ୍ତମ ଲାଭ ହେବ । ଉଧାର ଦେଇଥିବା ଟଙ୍କା ଫେରସ୍ତ ପାଇବେ । ଆର୍ଥିକ ସମସ୍ୟା ଦୂର ହେବ । ପ୍ରେମୀଜନଙ୍କ ସହିତ ବୁଲିବାକୁ ଯାଇପାରନ୍ତି । ଆପଣଙ୍କ ସ୍ୱଭାବରେ ସକରାତ୍ମକ ପରିବର୍ତ୍ତନ ହୋଇପାରେ । କର୍ମକ୍ଷେତ୍ରରେ ଆପଣଙ୍କୁ ନେଇ ବହୁତ ଆଲୋଚନା ହୋଇପାରେ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।
ମିଥୁନ:-
ସମାଜରେ ଲୋକପ୍ରିୟତା ହାସଲ କରିବା ଫଳରେ କ୍ୟାରିୟରକୁ ନେଇ ନୂଆ ବିକଳ୍ପ ପାଇ ପାରନ୍ତି । ଇଞ୍ଜିନିୟର ମାନେ ନିଜର ଯୋଗ୍ୟତା ଓ ଦକ୍ଷତାକୁ ନେଇ କାର୍ଯ୍ୟ ପାଇବେ । ଡ୍ରିମ୍ ପ୍ରୋଜେକ୍ଟକୁ ଆରମ୍ଭ କରିବାରେ ଦେଖାଦେଉଥିବା ବାଧା ଦୂର ହେବ । ଚାକିରୀରେ ଭଲ ପ୍ରଦର୍ଶନ କରିବେ । ଅଚାନକ ଭାବରେ ଧନ ଲାଭ ହୋଇପାରେ । ସଙ୍ଗୀତ ଓ ନାଚ ଆଦି କଳା ପ୍ରତି ରୁଚି ବଢ଼ିବ । ଜୀବନ ସାଥୀଙ୍କ ଦୃଷ୍ଟିରେ ଆପଣଙ୍କ ପ୍ରତି ସମ୍ମାନ ବଢ଼ିବ । ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ ।
କର୍କଟ:-
ସାମାଜିକ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିବା ଫଳରେ ଅଧିକାରୀମାନେ ଆପଣଙ୍କ ପଦୋନ୍ନତି ବିଷୟରେ ଯୋଜନା କରିବେ । ସେୟାର ମାର୍କେଟ ଓ ମ୍ୟୁଚୁଆଲ୍ ଫଣ୍ଡରେ ଟଙ୍କା ନିବେଶ କରିଲେ ପ୍ରବଳ ଧନ ଲାଭ ହେବ । ସମ୍ପତ୍ତି କ୍ରୟ କରିବାର ଯୋଜନା କରିବେ । ଅଟକିଥିବା କାର୍ଯ୍ୟ ପୂରଣ କରିବାକୁ ଚେଷ୍ଟା ଜାରି ରଖିବେ । ବ୍ୟବସାୟରେ ବଡ଼ ଧରଣର ଡିଲ୍ ହୋଇପାରେ, ଯାହାଦ୍ୱାରା ଅଧିକ ଧନ ଲାଭ ହେବ । ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ ।
ସିଂହ:-
ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେବେ । ସରକାରୀ କାର୍ଯ୍ୟରେ ପରିଶ୍ରମର ସାର୍ଥକ ପରିଣାମ ମିଳିବ । ଘରେ ମାଙ୍ଗଳିକ କାର୍ଯ୍ୟ ହେବାର ସମ୍ଭାବନା ଅଛି । ବ୍ୟବସାୟରେ ଅପେକ୍ଷା କରିଥିବା ସଫଳତା ପାଇବାର ସମ୍ଭାବନା ଅଛି । ଲୋକମାନେ ଆପଣଙ୍କର ଉଦାରତା ଭାବକୁ ପ୍ରଶଂସା କରିବେ । ପରିବାର ସଦସ୍ୟଙ୍କ ସହିତ ବାହାରକୁ ବୁଲିବାକୁ ଯାଇପାରନ୍ତି । ଗୁରୁଙ୍କ ସମାନ ଜଣେ ବ୍ୟକ୍ତିଙ୍କ ଠାରୁ ମାଗଦର୍ଶନ ପାଇ ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ । ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।
କନ୍ୟା:-
ସାଙ୍ଗମାନଙ୍କ ପାଖରେ ଅତ୍ୟନ୍ତ ପ୍ରିୟ ହେବେ । ଉଚ୍ଚାଧିକାରୀ ମାନଙ୍କର ପ୍ରଶଂସା ମିଳିବ । ଦାନ ପୂଣ୍ୟ ଆଦି କାର୍ଯ୍ୟରେ ରୁଚି ବଢ଼ିବ । କୌଣସି ମହତ୍ୱପୂର୍ଣ୍ଣ କାର୍ଯ୍ୟର ଦାୟିତ୍ୱ ମିଳିପାରେ । ଦୂରଯାତ୍ରା କରିବାର ସମ୍ଭାବନା ଅଛି । ପ୍ରେମିକ ପ୍ରେମିକାଙ୍କୁ କିଛି ଉପହାର ଦେବା ପାଇଁ ବିଚାର କରିବେ । ମନ ଆନନ୍ଦ ଓ ଉତ୍ସାହ ପୂର୍ଣ୍ଣ ରହିବ । ଆପଣଙ୍କ ଚେଷ୍ଟା ଓ ନେତୃତ୍ୱ ଦ୍ୱାରା ବଡ଼ କାର୍ଯ୍ୟ ହୋଇ ପାରେ । ରାଜନୀତି କ୍ଷେତ୍ରରେ ଇଛିତ ଫଳ ପ୍ରାପ୍ତ ହେବ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।
ତୁଳା:
-ଆପଣଙ୍କ ପ୍ରୟାସରେ ସୁଖଦ ପରିଣାମ ଅବଶ୍ୟ ଆସିବ । ବିବାହ, ଉତ୍ସବ ବା କୌଣସି ମାଙ୍ଗଳିକ ଆୟୋଜନରେ ଯୋଗ ଦେବେ । କଷ୍ଟ ଓ କଠିନ ପରିଶ୍ରମ ଆପଣଙ୍କ ପାଇଁ କିଛି ଅସମ୍ଭବ ହେବ ନାହିଁ । ଭ୍ରମଣ କରିବାର ସୁଯୋଗ ଅଛି । ଲୋକମାନଙ୍କ ସହିତ ମିଳିମିଶି କାମ କରିପାରିବେ । କାର୍ଯ୍ୟ ଓ ବ୍ୟବସାୟରେ ଲକ୍ଷପ୍ରତି ଯଥାର୍ଥବାଦୀ ହେବେ । ଭାଗୀଦାରୀଙ୍କ ସହିତ ଲାଗିରହିଥିବା ବିବାଦ ବା ମତଭେଦର ନିରାକରଣ ହୋଇଯିବ । ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ ।
ବିଚ୍ଛା:-
ସ୍ଥିର ସ୍ଵଭାବ ଏବଂ ମଧୁରଭାଷି ହେତୁ ଲାଭକୁ ଦ୍ଵିଗୁଣା ବଢେଇପାରିବେ । ଅତିରିକ୍ତ ଆୟର ମଧ୍ୟ ସମ୍ଭାବନା ଅଛି । ପୈତୃକ ସମ୍ପତ୍ତି ସମ୍ବନ୍ଧୀୟ ମାମଲା ସମସ୍ୟା ଦୂର ହେବ । ବ୍ୟାପାର ବା କାରବାରରେ ବହୁତ ଭଲ ଲାଭ ହେବ । ବିବାହ, ଉତ୍ସବ ବା କୌଣସି ମାଙ୍ଗଳିକ ଆୟୋଜନରେ ଯୋଗ ଦେବେ । ବ୍ୟବସାୟରେ ପରିଶ୍ରମ କଲେ ଭଲଲାଭ ମିଳିବ ଓ ଆୟରେ ବୃଦ୍ଧି ହେବ । ବିବରୀତ ଲିଙ୍ଗ ଲୋକମାନେ ଆପଣଙ୍କ ପ୍ରତି ଆକର୍ଷିତ ରହିବେ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।
ଧନୁ:-
ସେୟାର ମାର୍କେଟରେ ନିବେଶ କଲେ ଲାଭ ମିଳିବ । ଜମି କ୍ରୟ ବା ବିକ୍ରୟ କରିବା ସହ ନୂତନ ବାହନ କ୍ରୟ କରିବାର ସମ୍ଭାବନା ଅଛି । କର୍ମକ୍ଷେତ୍ରରେ ପରିବେଶ ଶାନ୍ତିମୟ ରହିବ । କୌଣସି କାର୍ଯ୍ୟକୁ ନେଇ ଯାତ୍ରା କରିବାର ସମ୍ଭାବନା ରହିଛି । ପ୍ରେମ ସମ୍ପର୍କକୁ ନେଇ ବହୁତ ସକ୍ରିୟ ରହିବେ । ରାଜନୀତି କ୍ଷେତ୍ରରେ ନିଜର କ୍ଷମତାକୁ ଉପଯୋଗ କରି ଉଚ୍ଚପଦ ପ୍ରାପ୍ତି ହୋଇପାରେ । ଜୀବନସାଥୀଙ୍କ ସମ୍ପର୍କରେ ମଧୁରତା ବୃଦ୍ଧି ପାଇବ । ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ ।
ମକର:-
ସ୍ଵାସ୍ଥ୍ୟରେ ଉନ୍ନତି ହେବ । ଆର୍ଥିକସ୍ଥିତି ସୁଦୃଢ ହେବ । ଭଲ ଚାକିରୀ ମଧ୍ୟ ମିଳିବ । ବିଦେଶକୁ ଯାତ୍ରା କରିପାରିବେ । କର୍ମକ୍ଷେତ୍ରରେ ଜବରଦସ୍ତି ଉନ୍ନତି ଓ ନ୍ୟାୟ ମିଳିବ । ଆୟର ସ୍ରୋତ ଖୋଲିଯିବ । ଦାମ୍ପତ୍ୟ କଳହ ଓ ପରିବାରର ମାମଲା ସମାଧାନ ହେବ । ପୁଞ୍ଜି ଲଗାଣ, ଉଦ୍ୟୋଗ, ଧନ ଆଦାନ ପ୍ରଦାନରେ ଲାଭବାନ୍ ହେବେ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ବିଜୟୀ ହେବେ । ପ୍ରତିକାର- ତୁଲସୀ ମୂଳର ମାଟି ଚନ୍ଦନ ଧାରଣ କରନ୍ତୁ ।
କୁମ୍ଭ:-
ସାମାଜିକ କ୍ଷେତ୍ର ଓ ଆର୍ଥିକ ସ୍ଥିତି ସୁଦୃଢ ରହିବେ । ନିଜ ଉପରେ ଆତ୍ମ ବିଶ୍ଵାସ ବୃଦ୍ଧି ପାଇବ । ସମୟର ସଦୁପଯୋଗ କରି ପାରିବାରିକ କ୍ଷେତ୍ରରେ ଶାନ୍ତି ପାଇବେ । ଅବିବାହିତ ମାନକ ପାଇଁ ବିବାହସ୍ଥିର ହବ । ଉଚ୍ଚସଂସ୍ଥାରୁ କାର୍ଯ୍ୟରେ ଆପଣ ଶୁଭଫଳ ପାଇବେ । ସବୁ କାର୍ଯ୍ୟ ଠିକ ସମୟରେ ସମ୍ପୂର୍ଣ୍ଣ କରିବେ । କୌଣସି ବିଶିଷ୍ଠ କାର୍ଯ୍ୟରେ ଆପଣ ସମ୍ମାନିତ ହେବେ । ସମ୍ପତ୍ତି ବିକିବାକୁ ଚାହୁଥିଲେ ଭଲ ଗ୍ରାହକ ମିଳିଯିବେ । ପ୍ରତିକାର- ମହୁଟିକେ ଖାଇ ଘରୁ ବାହାରନ୍ତୁ ।
ମୀନ:-
ସ୍ୱାସ୍ଥ୍ୟରେ ଉନ୍ନତି ପରିଲିକ୍ଷିତ ହେବା ସହ ମାନସିକ ଶାନ୍ତି ପାଇବେ । ବ୍ୟବସାୟିକ କ୍ଷେତ୍ରରେ ସଫଳତା ମିଳିବା ସହ ବକେୟା ଅର୍ଥ କିଛି ଆଦାୟ ହୋଇପାରେ । ଆୟ ଉପାର୍ଜ୍ଜନ ଅପରିବର୍ତ୍ତିତ ରହିବ । ପାରିବାରିକ କ୍ଷେତ୍ରରେ ସ୍ନେହ ସଦ୍ଭାବର ବୃଦ୍ଧିହେବ । ସନ୍ତାନ-ସନ୍ତତିଙ୍କ ମର୍ଜି ରକ୍ଷା କରି ଶାନ୍ତି ଶୃଙ୍ଖଳା ବଜାୟ ରଖିବେ । ଜମିଜମା ସଂକ୍ରାନ୍ତୀୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ । ପଦୋନ୍ନତି ସହ ନୂତନ କର୍ମପ୍ରାପ୍ତି ହେବ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।