ବାଣ ଫୁଟିଲେ ବଢ଼ିପାରେ କରୋନା : ଡିଏମଇଟି
ଭୁବନେଶ୍ୱର : ବାଣ ଫୁଟିଲେ କରୋନା ବଢ଼ିପାରେ । ଏଭଳି ସତର୍କ ସୂଚନାୟ ଦେଇଛନ୍ତି ଡିଏମଇଟି ଡା. ସିବିକେ ମହାନ୍ତି । ସେ କହିଛନ୍ତି, ବର୍ତମାନ କରୋନା ରହିବା ଓ ବଢ଼ିବା ଚିନ୍ତାଜନକ ବିଷୟ । ସେଥିପାଇଁ ସମସ୍ତେ ସତର୍କ ରହିବା ଉଚିତ । ଆଗକୁ ଦୀପାବଳି ଅଛି । ଏହା ପାର୍ବଣର ସମୟ । ଏଣୁ କରୋନା ସଂକ୍ରମଣ ବଢ଼ିବାର ଆଶଙ୍କା ରହିଛି । ଆମ ସଂସ୍କୃତିରେ ଦୀପାବଳିରେ ବାଣ ଫୁଟାଇବାର ପରମ୍ପରା ରହିଛି । ବାଣ ଫୁଟାଇଲେ ବାୟୁ ପ୍ରଦୂଷଣ ହୁଏ । ବାୟୁ ପ୍ରଦୂଷଣ ହେଲେ ଗୁଡ଼ାଏ ଟାକ୍ସିକ ପଦାର୍ଥ ବାୟୁମଣ୍ଡଳକୁ ଯାଏ । ଯାହାକି କ୍ଷତିକାରକ ବୋଲି ଡାକ୍ତର ମହାନ୍ତି କହିଛନ୍ତି ।
ବାଣ ଫୁଟାଇଲେ ନାଇଟ୍ରିକ୍ ଡାଇଅକ୍ସାଇଡ୍ ବାହାରିଥାଏ । ଯାହାକି କରୋନା ଭୂତାଣୁ ବୃଦ୍ଧିରେ ସାହାଯ୍ୟ କରିଥାଏ । ତେଣୁ ଏଥିପ୍ରତି ସତର୍କ ରହିବାକୁ ପଡ଼ିବ । ସରକାର ଜାରି କରିଥିବା ଗାଇଡ୍ଲାଇନ୍ ମାନିଲେ କରୋନା ନିୟନ୍ତ୍ରଣରେ ରହିବ ବୋଲି ଡାକ୍ତର ମହାନ୍ତି କହିଛନ୍ତି ।