ରାଜ୍ୟରେ ଆଉ ୬୧୮ କରୋନା ସଂକ୍ରମିତ ସୁସ୍ଥ
ଭୁବନେଶ୍ୱର : ରାଜ୍ୟରେ ମଙ୍ଗଳବାର ଆଉ ୬୧୮ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ମୋଟ ସଂଖ୍ୟା ୧୦ଲକ୍ଷ ୨୩ହଜାର ୩୯୮ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୬୧୮ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୪୬, ବାଲେଶ୍ୱରରୁ ୩୩, ମୟୂରଭଞ୍ଜରୁ ୧୭, ସୁନ୍ଦରଗଡ଼ରୁ ୧୫, ପୁରୀରୁ ୧୨, କେନ୍ଦ୍ରାପଡ଼ା ଓ ସମ୍ବଲପୁରରୁ ୧୧ ଜଣ ଲେଖାଏଁ, ଯାଜପୁରରୁ ୧୦, ଜଗତସିଂହପୁର, ନୟାଗଡ଼ରୁ ୭, ଭଦ୍ରକ, ବଲାଙ୍ଗୀର ଓ ନୂଆପଡ଼ାରୁ ୬ ଜଣ ଲେଖାଏଁ, ଦେବଗଡ଼ ଓ ଝାରସୁଗୁଡ଼ାରୁ ଜଣ ଲେଖାଏଁ, ଅନୁଗୁଳ, ବରଗଡ଼ ଓ ଢେଙ୍କାନାଳରୁ ୩ ଜଣ ଲେଖାଏଁ, ଗଜପତି, ଗଞ୍ଜାମ, କନ୍ଧମାଳ, କେନ୍ଦୁଝର ଓ ରାୟଗଡ଼ାରୁ ୨ ଜଣ ଲେଖାଏଁ, କଳାହାଣ୍ଡି, କୋରାପୁଟ, ମାଲକାନଗିରି ଓ ସୁବର୍ଣ୍ଣପୁରରୁ ଜଣେ ଲେଖାଏଁ ଏବଂ ରାଜ୍ୟପୁଲରୁ ୭୩ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି।