ବଢ଼ିଲା ବସ୍ ଭଡ଼ା, ଆସନ୍ତୁ ଜାଣିବା କେତେ ବଢ଼ିଲା ?
ଭୁବନେଶ୍ୱର : ତୈଳଦରରେ ଲାଗୁନି ବ୍ରେକ୍ । ଫଳରେ ଖାଉଟିଙ୍କୁ ମହଙ୍ଗା ମାଡ଼ । ଏହି ପରିପ୍ରେକ୍ଷୀରେ ରାଜ୍ୟରେ ବଢ଼ିଲା ବସ୍ ଭଡ଼ା । ସାଧାରଣ ବସ୍ ଓ ଏକ୍ସପ୍ରେସ୍ ବସ୍ ଭଡ଼ା ୩ ପଇସା ଏବଂ ଡିଲକ୍ସ ବସ୍ ଓ ଏସି ଡିଲକ୍ସ ବସ୍ ଭଡ଼ାରେ ୬ ପଇସା ବୃଦ୍ଧି ପାଇଛି ।
ସାଧାରଣ ବସ୍ ଭଡ଼ା କିମି ପିଛା ୮୯ ପଇସାରୁ ୯୨ ପଇସାକୁ ବୃଦ୍ଧି ପାଇଛି । ଏକ୍ସପ୍ରେସ୍ ବସ୍ ଭଡ଼ା କିଛି ପିଛା ୯୩ରୁ ୯୬ ପଇସା ବଢ଼ିଲା । ସେହିପରି ଡିଲକ୍ସ ବସ୍ କିମି ପ୍ରତି ଭଡ଼ା ୧.୨୯ରୁ ୧.୩୫ ପଇସାକୁ ବୃଦ୍ଧି ହୋଇଥିବା ବେଳେ ଏସି ଡିଲକ୍ସ ବସ୍ ଭଡ଼ା ୧.୫୭ରୁ ୧.୬୩ ପଇସାକୁ ବୃଦ୍ଧି ପାଇଛି । ସୁପର ପ୍ରିମିୟମ୍ ଭଡ଼ା ୨.୪୪ରୁ ବଢ଼ି ୨.୫୩ ପଇସା ହୋଇଛି ।