ଏଲପିଜି ଗ୍ୟାସ ବୋଝେଇ ଟ୍ରକରେ ଅଗ୍ନିକାଣ୍ଡ, ଡ୍ରାଇଭର ଓ ହେଲ୍ପର ସୁରକ୍ଷିତ
ସୁନ୍ଦରଗଡ଼ : ସୁନ୍ଦରଗଡ଼ର ବିଜୁ ଏକ୍ସପ୍ରେସ ୱେରେ ଅଘଟଣ । ସୁନ୍ଦରଗଡ଼ ସଦର ଥାନା ଅନ୍ତର୍ଗତ ରସରାଜପୁର ନିକଟରେ ଝାରସୁଗୁଡ଼ାରୁ ରାଉରକେଲାକୁ ଯାଉଥିବା ଏକ ଏଲପିଜି ଗ୍ୟାସ ବୋଝେଇ ଟ୍ରକ ଜଳିଯାଇଥିବାର ଜଣାପଡିଛି । ସଟ ସର୍କିଟ ଯୋଗୁଁ ଏଲପିଜି ଗ୍ୟାସ ବୋଝେଇ ଟ୍ରକର ଇଞ୍ଜିନ ସମ୍ପୂର୍ଣ୍ଣ ଭାବରେ ଜଳିଯାଇଥିଲା। ତେବେ ସୌଭାଗ୍ୟକ୍ରମେ ଟ୍ରକର ଡାଲା ସାଇଟରେ ନିଆଁ ଲାଗିନଥିଲା। ଖବର ପାଇ ବଡ଼ଗାଁ ଓ ସୁନ୍ଦରଗଡ଼ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ଯୋଗୁଁ ଏକ ବଡ଼ ବିପଦ ଟଳି ଯାଇଛି। ଗାଡ଼ିର ଡ୍ରାଇଭର ଓ ହେଲ୍ପର ସୁରକ୍ଷିତ ଅଛନ୍ତି।