ଆରସିବି ଅଧିନାୟକ ପଦ ଛାଡିବେ କୋହଲି !
ମୁମ୍ବାଇ: ଟି-ଟ୍ୱେଣ୍ଟି ବିଶ୍ୱକପ୍ ପରେ ଭାରତୀୟ ଟି-୨୦ ଦଳରୁ ଅଧିନାୟକ ପଦ ଛାଡିବେ ବିରାଟ କୋହଲି । ଏନେଇ ଘୋଷଣା ମଧ୍ୟ କରିସାରିଛନ୍ତି । କିନ୍ତୁ ଏବେ ଆଉ ଏକ ଖବର ଆସୁଛି । ଆଇପିଏଲ୍ର ୧୪ ତମ ସିଜିନ୍ ପରେ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର ଟିମ୍ର ମଧ୍ୟ ଅଧିନାୟକ ପଦ ଛାଡିପାରନ୍ତି । ଯଦି ଆରସିବି ଦଳ ଏହି ଆଇପିଏଲ୍ ସିଜିନ୍ରେ ଟାଇଟଲ୍ ବିଜୟୀ ନହୁଏ, ତେବେ ସେ ଅଧିନାୟକ ପଦ ଛାଡିବାର ଅଧିକା ସମ୍ଭାବନା ରହିଛି ।
ସୂଚନା ଯେ, କୋହଲି ବାଙ୍ଗାଲୋର ଟିମ୍ର ଅଧିନାୟକ ଭାବେ ସେତେଟା ଭଲ ରେକର୍ଡ ନାହିଁ । ସେ ୨୦୧୩ ମସିହାରୁ ସେ ବାଙ୍ଗାଲୋର ଟିମ୍ର ଅଧିନାୟକ ଭାବେ ଦାୟିତ୍ୱ ନିର୍ବାହ କରିଆସୁଛନ୍ତି । ଏବେ ଯାଏଁ ବିରାଟ ଗୋଟିଏ ବି ହେଲେ ଆଇପିଏଲ୍ ଟ୍ରଫି ଜିତିନାହାନ୍ତି । ୨୦୧୬ ପରେ ଆରସିବି ଟିମ୍ ଗତ ବର୍ଷ ପ୍ଲେ-ଅଫ୍କୁ କ୍ଲାଲିଫାଇ କରିଥିଲା । ୨୦୧୭ ଓ ୨୦୧୯ରେ ଅଙ୍କ ତାଲିକାରେ ବାଙ୍ଗାଲୋର ସବୁଠାରୁ ତଳେ ରହିଥିଲା । କିନ୍ତୁ ୨୦୧୮ରେ ଟିମ୍ ତାଲିକାର ୬ ତମ ସ୍ଥାନରେ ରହିଥିଲା । ୨୦୧୬ରେ କୋହଲିଙ୍କ ଫର୍ମ ବହୁତ ଭଲ ଥିଲା । ସେ ଏହି ସମୟରେ ମୋଟ ୯୭୩ ରନ୍ ସଂଗ୍ରହ କରିଥିଲା । ସେହିପରି ୨୦୧୮ରେ ମାତ୍ର ୫୦୦ ରନ୍, ୨୦୨୧ରେ ୭ଟି ମ୍ୟାଚ୍ରେ ୩୩ ପ୍ରତିଶତ ହିସାବରେ ଗୋଟିଏ ମାତ୍ର ଅର୍ଦ୍ଦଶତକ ହାସଲ କରିଥିଲେ କୋହଲି । ଆଇପିଏଲର ଏହି ସିଜିନ୍ର ଫଳାଫଳ ନିର୍ଭର କରିବ କୋହଲି ଅଧିନାୟକ ପଦ ଉପରେ । ଯଦି ଭଲ ପ୍ରଦର୍ଶନ କିମ୍ବା ଟ୍ରଫି ଜିତିବାରେ କୋହିଲ ସକ୍ଷମ ହୁଅନ୍ତି, ତେବେ ହୁଏତ ଅଧିନାୟକ ପଦ ନଛାଡିପାରନ୍ତି ବିରାଟ ।