ସୁସ୍ମିତା ଦେବଙ୍କୁ ରାଜ୍ୟସଭା ପଠାଇଲା ତୃଣମୂଳ କଂଗ୍ରେସ
କଲିକତା : ଆସାମରେ କଂଗ୍ରେସ ଛାଡି ତୃଣମୁଳ କଂଗ୍ରେସରେରେ ଯୋଗ ଦେଇଥିବା ନେତ୍ରୀ ସୁସ୍ମିତା ଦେବଙ୍କୁ ଏବେ ମମତା ବାନାର୍ଜି ପାର୍ଟିକୁ ଆସିଥିବାର ପୁରସ୍କାର ଦେଇଛନ୍ତି ।
ତୃଣମୁଳ କଂଗ୍ରେସରେ ତାଙ୍କୁ ରାଜ୍ୟସଭା ପାଇଁ ଘେ।।ଣା କରା ଯାଇଅଛି । ମଂଗଳବାର ଦିନ ପାର୍ଟିର ଜଣେ ବରିଷ୍ଠ ପଦାଧିକାରୀ ଏହି କଥା ସୁଚନା ଦେଇଛନ୍ତି । ବାସ୍ତବରେ ରାଜ୍ୟରେ ରାଜ୍ୟର ଗୋଟିଏ ସିଟ୍ପାଇଁ ୪ ଅକ୍ଟୋବରରେ ଉପନିର୍ବାଚନ ହେବ । ତୃଣମୁଳ ନେତା ମାନସ ଭୂୟାଁ ବିଧାନସଭା ଜିତିଲା ପରେ ରାଜ୍ୟସଭାରେ ଏହି ସିଟ୍ ଖାଲି ହୋଇଥିଲା । ନିର୍ବାଚନ ଆୟୋଗ ଏହି ବିଧାନ ସଭା ଆସନପାଇଁ ନିର୍ବାଚନ ତାରିଖ ଘୋଷଣା କରିଥିଲେ ।