ସର୍ଭିଲାନ୍ସ କଡ଼ାକଡି କରିବାକୁ ପଡ଼ିବ : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ୱର : ରାଜ୍ୟରେ ସମ୍ଭାବ୍ୟ କରୋନାର ତୃତୀୟ ଲହରରେ ବିଶେଷ କରି ଶିଶୁମାନେ ସଂକ୍ରମଣ ହେବେ । ଫଳରେ ସ୍କୁଲରେ ସଂକ୍ରମଣ ବଢିବା ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଆଗରୁ ଆଶଙ୍କା ଥିଲା, ଏବେ ବଢୁଛି । ସେଥିରୁ ଦେଖିବାକୁ ପଡିବ କେତେ ଜଣଙ୍କ ପାଖରେ ଲକ୍ଷଣ ଅଛି ଆଉ କେତେ ଗୁରୁତର ହୋଇଛନ୍ତି। ଅଲଗା ବାଟ କିଛି ନାହିଁ କେବଳ ସର୍ଭିଲାନ୍ସ କଡ଼ାକଡି କରିବାକୁ ପଡ଼ିବ। କେଉଁଠି କୋଭିଡ୍ କଟକଣା ଢିଲା ହୋଇଛି ତାକୁ ଦେଖିବାକୁ ପଡ଼ିବ। ସ୍କୁଲକୁ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି । ଯଦି କାହା ପାଖରେ ଲକ୍ଷଣ ରହୁଛି ସେମାନେ ସ୍କୁଲ ନ ଆସନ୍ତୁ। ସେହିପରି ଆଇସିୟୁରେ ୦.୨ ପ୍ରତିଶତ ପିଲା ଅଛନ୍ତି, ଭେଣ୍ଟିଲେଟରରେ କେହି ପିଲା ନାହାନ୍ତି।
ହସ୍ପିଟାଲାଇଜେସନ୍ ରେଟରୁ ଜଣାପଡ଼ୁଛି ଅଧିକାଂଶ ପିଲା ମାଇଲ୍ଡ ସଂକ୍ରମିତ। ଆର୍ ଭାଲ୍ୟୁ ଭୁବନେଶ୍ୱର କଟକରେ ୧ ଅଛି। ଉପକୂଳରେ ୦.୯ ଅଛି। ଆମର ଆଡ଼ମିଶନ କମ୍, ଭେଣ୍ଟିଲେଟର କମ୍, ସିଭିଆରିଟି କମ୍ ଅଛି । ତେଣୁ ଆମେ କଟକଣା ମାନିବା ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।