୧୦ ବର୍ଷରେ ମୁଣ୍ଡପିଛା ଋଣ ଭାର ୨ ଗୁଣାରୁ ଅଧିକ ବଢିଛି : ଅର୍ଥମନ୍ତ୍ରୀ
ଭୁବନେଶ୍ୱର : ବିଧାନସଭା ମୌସୁମୀ ଅଧିବେଶନର ପଞ୍ଚମ ଦିନରେ ଗୃହକାର୍ଯ୍ୟ ସ୍ୱାଭାବିକ ଚାଲିଛି । ଗୃହରେ ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ରାଜ୍ୟର ଋଣଭାର କେତେ ଟଙ୍କାରେ ପହଞ୍ଚିବ ଓ ଗତ ୧୦ ବର୍ଷରେ ମୁଣ୍ଡପିଛା ଋଣ ଭାର କେତେ ବୃଦ୍ଧି ପାଇଛି ବୋଲି ପ୍ରଶ୍ନ କରିଥିଲେ । ଏହାକୁ ନେଇ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ରାଜ୍ୟରେ ୧୦ ବର୍ଷରେ ୨ ଗୁଣାରୁ ଅଧିକ ମୁଣ୍ଡପିଛା ଋଣ ଭାର ବଢିଥିବା ନେଇ ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ, ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ରାଜ୍ୟର ମୋଟ ଋଚ୍ଚର ପରିମାଣ ୧୨୨୯୧୭.୨୫ କୋଟି ଟଙ୍କା ହେବ ବୋଲି ୨୦୨୦୨-୨୧ ଆର୍ଥିକ ବର୍ଷରେ ଆକଳନ କରାଯାଇଛି । ଚଳିତ ଅର୍ଥ ବର୍ଷରେ ରାଜ୍ୟରେ ମୁଣ୍ଜ ପିଛା ଋଣ ଭାର ୨୩ ହଜାର ୭୬୧.୮୩ ଟଙ୍କା ରହିଛି । ତେବେ ୨୦୧୧-୧୨ରେ ଏହା ୯ ହଜାର ୧୪୪.୪୦ ଟଙ୍କା ଥିଲା । ସେହିପରି ଚଳିତ ମାସ ଶେଷ ସୁଦ୍ଧା ରାଜ୍ୟର ଋଣଭାର ୧୦୪୩୧୨.୧୨ ଟଙ୍କା ଅଛି । ଯାହା ରାଜ୍ୟର ସମସ୍ତ ଘରୋଇ ଉତ୍ପାଦର ୧୭.୮୦ ପ୍ରତିଶତ । ସେହିପରି ଗତ ୧୦ ବର୍ଷ ଭିତରେ ରାଜ୍ୟରେ ମୁଣ୍ଡ ପିଛା ଋଣ ଭାର ଦୁଇ ଗୁଣାରୁ ଅଧିକ ବୃଦ୍ଧି ହୋଇଛି । ଚଳିତ ଆର୍ତିକ ବର୍ଷ ଶେଷ ସୁଦ୍ଧା ମୋଟ ଋଚ୍ଚର ପରିମାଣ ୧ ଲକ୍ଷ ୨୨ ହଜାର ୯୧୭ କୋଟିରୁ ଅଧିକ ହେବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । ସେପଟେ ରାଜ୍ୟରେ କୋଭିଡ ମୁକାବିଲା ଦିଗରେ କେତେ ଖର୍ଚ୍ଚ ହୋଇଛି ସେନେଇ ମଧ୍ୟ ଉତ୍ତର ରଖିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୁଝାରୀ ।