ଆଇସିସି ଟେଷ୍ଟ ମାନ୍ୟତା : ନମ୍ବର-୧ ବ୍ୟାଟସମ୍ୟାନ ଜୋ ରୁଟ୍
- କୋହଲିଙ୍କୁ ପଛରେ ପକାଇଲେ ହିଟ୍ ମ୍ୟାନ ରୋହିତ
ଲଣ୍ଡନ : ଆଇସିସି ପକ୍ଷରୁ ବୁଧବା ପୁରୁଷ ଖେଳାଳିଙ୍କ ଟେଷ୍ଟ ମାନ୍ୟତା ପ୍ରକାଶ ପାଇଛି । ଏଥିରେ ଭାରତ ବିପକ୍ଷ ଟେଷ୍ଟ ସିରିଜରେ ଭଲ ପ୍ରଦର୍ଶନ ପରେ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଜୋ ରୁଟ୍ ଆଇସିସି ଟେଷ୍ଟ ମାନ୍ୟତାର ନଂ୧ ସ୍ଥାନକୁ ଉନ୍ନୀତ ହୋଇଛନ୍ତି । ସେହିପରି ହିଟ୍ ମ୍ୟାନ ରୋହିତ ଶର୍ମା ଟେଷ୍ଟ ମାନ୍ୟତାରେ ବଡ ଉପଲବ୍ଧି ହାସଲ କରିଛନ୍ତି। ସେ ପ୍ରଥମ ଥର ଟେଷ୍ଟ ମାନ୍ୟତାରେ ଟପ୍-୫ରେ ପ୍ରବେଶ କରିଛନ୍ତି। ସେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ପଛରେ ପକାଇଛନ୍ତି। ଅପରପକ୍ଷେ ବିରାଟ କୋହଲି ଗୋଟିଏ ସ୍ଥାନ ତଳକୁ ଖସି ଷଷ୍ଠରେ ପହଞ୍ଚିଛନ୍ତି। ଅନ୍ୟ କୌଣସି ବ୍ୟାଟସମ୍ୟାନ ଟପ୍-୧୦ରେ ସ୍ଥାନ ପାଇ ନାହାନ୍ତି। ତାଙ୍କ ତଳକୁ ରହିଛନ୍ତି ପାକିସ୍ତାନର ବାବର ଆଜମ । ଅନ୍ୟପକ୍ଷରେ ପାଟ୍ କମିନ୍ସ ବୋଲିଂ ମାନ୍ୟତା ତାଲିକାର ପ୍ରଥମ ସ୍ଥାନରେ ରହିଛନ୍ତି । ୨ୟ ସ୍ଥାନରେ ଅଛନ୍ତି ଭାରତର ଆର. ଅଶ୍ବୀନ ।
Other changes in the @MRFWorldwide ICC Men’s Test Player Rankings for the week:
— ICC (@ICC) September 1, 2021
? Rohit Sharma overtakes Virat Kohli
? James Anderson enters top five
Details ? https://t.co/woGyneJVGk pic.twitter.com/9mFl314BS8
ଭାରତ ବିପକ୍ଷ ସିରିଜ ଆରମ୍ଭ ବେଳକୁ ରୁଟ୍ ବିଶ୍ବ ମାନ୍ୟତାର ୫ମ ସ୍ଥାନରେ ଥିଲେ । ମାତ୍ର ଭାରତ ସହ ଖେଳାଯାଉଥିବା ଟେଷ୍ଟ ସିରିଜରେ ଲଗାତାର ୩ଟି ଶତକ ପରେ ସେ ନଂ୧ ସ୍ଥାନରେ ପହଞ୍ଚିଛନ୍ତି । ୬ ବର୍ଷ ପରେ ରୁଟ୍ ଏହି ସ୍ଥାନ ହାସଲ କରିଛନ୍ତି। ସେ ୯୧୫ ପଏଣ୍ଟ ସହ ନ୍ୟୁଜିଲାଣ୍ଡର ଅଧିନାୟକ କେନ ଓ୍ଵିଲିୟମସନ(୯୦୧)ଙ୍କୁ ପଛରେ ପକାଇଛନ୍ତି। ରୁଟ୍ ଭାରତ ବିପକ୍ଷରେ ଜାରି ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ର ପ୍ରଥମ ତିନୋଟି ଟେଷ୍ଟରେ ତିନି ଶତକ ହାସଲ କରିଛନ୍ତି। ସେ ୧୨୭ ହାରରେ ୫୦୭ ରନ କରିଛନ୍ତି। ଏହାର ଫଳାଫଳ ଏବେ ତାଙ୍କର ମାନ୍ୟତା ଉପରେ ପଡିଛି। ୮୯୧ ରେଟିଂ ସହ ଷ୍ଟିଭ୍ ସ୍ମିଥ୍ ତୃତୀୟ ଏବଂ ମାର୍ନସ ଲାବୁସାନେ(୮୭୮) ଚତୁର୍ଥ ସ୍ଥାନରେ ଅଛନ୍ତି। ସେହିପରି ରୋହିତ ତୃତୀୟ ଟେଷ୍ଟରେ ୧୯ ଓ ୫୯ ରନର ଇନିଂସ ଖେଳିଥିଲେ। ରୋହିତଙ୍କ ରେଟିଂ ପଏଣ୍ଟ ୭୭୩ ରହିଥିବା କୋହଲିଙ୍କ ରେଟିଂ ୭୬୬ ପଏଣ୍ଟ ରହିଛି। ଏହା ପୂର୍ବରୁ ୨୦୧୭ ନଭେମ୍ବରରେ ଚେତେଶ୍ଵର ପୂଜାରା କୋହଲିଙ୍କୁ ପଛରେ ପକାଇ ଦ୍ଵିତୀୟ ସ୍ଥାନରେ ପହଞ୍ଚିଥିଲେ। ସେହି ସମୟରେ କୋହଲି ପଞ୍ଚମ ସ୍ଥାନରେ ଥିଲେ। ତୃତୀୟ ଟେଷ୍ଟରେ ୯୧ ରନର ଇନିଂସ ଖେଳିଥିବା ଚେତେଶ୍ଵର ପୂଜାରାଙ୍କୁ ଏହାର ଫାଇଦା ମିଳିଛି। ସେ ତିନୋଟି ସ୍ଥାନ ଉପରକୁ ଉଠି ୧୫ରେ ପହଞ୍ଚିଛନ୍ତି।
? ? ??? ??.? ?
— ICC (@ICC) September 1, 2021
England captain @root66 surges to the top spot in the @MRFWorldwide ICC Men's Test Player Rankings for batting ?
More on his rise ?
ଦ୍ରୁତ ବୋଲର ମାନ୍ୟତାରେ ଯଶପ୍ରୀତ ବୁମରା ଟପ୍-୧୦ରେ ସାମିଲ୍ ହୋଇଛନ୍ତି। ସେ ଦଶମ ସ୍ଥାନରେ ଅଛନ୍ତି। ଆର ଅଶ୍ଵିନ ପୂର୍ବ ପରି ଦ୍ଵିତୀୟ ସ୍ଥାନରେ ରହିଛନ୍ତି। ଅଷ୍ଟ୍ରେଲିଆର ଦ୍ରୁତ ବୋଲର ପାଟ୍ କମିନ୍ସ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ଇଂଲଣ୍ଡର ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ ଗୋଟିଏ ସ୍ଥାନ ଉନ୍ନତି ଘଟାଇ ପଞ୍ଚମରେ ପହଞ୍ଚିଛନ୍ତି। ସେହି ପରି ଓଲି ରବିନସନ ୯ଟି ସ୍ଥାନ ଉପରକୁ ଉଠି ୩୬ମ ଏବଂ କ୍ରେଗ୍ ଓଭରଟନ ୭୩ମ ସ୍ଥାନକୁ ଉଠିଛନ୍ତି।