ତୃତୀୟ ଲହର ସଂକ୍ରମିତ ଚିନ୍ତା, ସର୍ଭିଲାନ୍ସ ବ୍ୟବସ୍ଥା ଜାରି
ଭୁବନେଶ୍ୱର : ସମ୍ଭାବ୍ୟ ମହାମାରୀ କରୋନାର ତୃତୀୟ ଲହର ନେଇ ସରକାର ଚିନ୍ତାରେ । ପ୍ରଥମ ଓ ଦ୍ୱିତୀୟ ଲହରରେ ଶିଶୁ ବେଶୀ ସଂକ୍ରମିତ ହେଉନଥିଲେ । ମାତ୍ର ଏବେ ତୃତୀୟ ଲହରରେ ଶିଶୁ ବେଶୀ ସଂକ୍ରମିତ ହେବେ । ସଂକ୍ରମିତ ହେବା ସହିତ ମୃତ୍ୟୁ ମଧ୍ୟ ହେଉଛି । ୯୦ ପ୍ରତିଶତ ହୋମ୍ ଆଇସୋଲେସନରେ ଭଲ ବି ହେଉଛନ୍ତି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି ।
ବିଶେଷଜ୍ଞମାନେ କହିଛନ୍ତି ତୃତୀୟ ଲହରରେ ଶିଶୁମାନେ ଅଧିକ ସଂକ୍ରମିତ ହେବେ । ସେଥିପାଇଁ ଆମେ ସମସ୍ତ ପ୍ରକାର ବ୍ୟବସ୍ଥା କରିଛୁ । ଶିଶୁମାନଙ୍କ ପାଇଁ ସ୍ବତନ୍ତ୍ର ବେଡ଼, ସେଣ୍ଟର ଅଫ୍ ଏକ୍ସିଲେନ୍ସ ତିଆରି ଚାଲିଛି । ଆମେ ଆତଙ୍କିତ ନ ହେବା ଏବଂ ଆଗକୁ କିଭଳି ଶିଶୁ ସଂକ୍ରମିତ ନ ହୁଅନ୍ତୁ, ସେଥିପାଇଁ ସର୍ଭିଲାନ୍ସ ସହ ଚିକିତ୍ସା ବ୍ୟବସ୍ଥା କରିବା । କେରଳରେ ସଂକ୍ରମଣ ବୃଦ୍ଧି ବହୁତ ଦିନ ହେଲା ବଢ଼ିକି ରହିଛି । ଜାତୀୟ ସ୍ତରରେ ଯେତିକି ବଢୁଛି ସେଥିରେ ଅଧିକ ରହୁଛି କେରଳରେ । ଆମେ ତାକୁ ତୃତୀୟ ଲହର ମଧ୍ୟ କହିପାରିବା । ଆମ ରାଜ୍ୟରେ ଯେଭଳି ନ ବଢ଼ୁ, ଗୁରୁତର ରୋଗୀ ନ ହୁଅନ୍ତୁ, ସେଥିପାଇଁ ଆମେ ସର୍ଭିଲାନ୍ସ ଜାରି ରଖିଛୁ, ମନିଟରିଂ କରୁଛୁ । ଓନମ ଯୋଗୁଁ କେରଳରେ ସଂକ୍ରମଣ ବୃଦ୍ଧି ହେଲା । ଆମେ ସେଠାରୁ କିଛି ଶିଖିବା । କେନ୍ଦ୍ରୀୟ ସରକାରଙ୍କ ଗାଇଡ୍ ଲାଇନ୍ ରହିଛି, ଆମେ କେମିତି ନିୟନ୍ତ୍ରଣ କରିବା । ସବୁ ତଥ୍ୟକୁ ଅନୁଧ୍ୟାନ କରି ଏସଆରସି ପକ୍ଷରୁ ସରକାରଙ୍କ ଗାଇଡ୍ ଲାଇନ୍ ଆସିବ ।