ବିବାହ ବାର୍ଷିକୀରେ ପୁଣି ବିବାହ କଲେ ପ୍ରକାଶ ରାଜ
ମୁମ୍ବାଇ : ଉଭୟ ବଲିଉଡ ଓ ସାଉଥ ଫିଲ୍ମରେ ଅଭିନୟ କରି ନାଁ କରିଛନ୍ତି ଅଭିନେତା ପ୍ରକାଶ ରାଜ। ନିଜର ଦକ୍ଷ ଅଭିନୟ ପାଇଁ ସେ ପରିଚିତ । ପୁଣି ହାତକୁ ଦି ହାତ ହେଲେ ସାଉଥ ସୁପରଷ୍ଟାର ପ୍ରକାଶ ରାଜ। ସେ ପୁଣି ଥରେ ନେଲେ ସାତ ଫେରା। ବୈଦିକ ରିତିନୀତି ଅନୁଯାୟୀ ତାଙ୍କ ବିବାହ ସରିଛି। ଏନଇ ସେ ନିଜେ ଟୁଇଟ୍ କରି ସୂଚନା ଦେଇଛନ୍ତି । ପୂର୍ବରୁ ପ୍ରକାଶ ରାଜ ପୋନି ବର୍ମାଙ୍କୁ ବିବାହ କରିଥିଲେ। ଦୀର୍ଘ ୧୧ ବର୍ଷ ଧରି ଏ ଦୁହେଁ ଏକାଠି ରହିଥିଲେ। ଗତକାଲି ବିବାହ ବାର୍ଷିକୀ ଅବସରରେ ପ୍ରକାଶ ରାଜ ପୁଣି ଥରେ ବିବାହ କରିଛନ୍ତି। ହେଲେ ସେ କୌଣସି ଅନ୍ୟ ଯୁବତୀଙ୍କୁ ନୁହେଁ ପୂର୍ବରୁ ତାଙ୍କ ପତ୍ନୀ ଥିବା ପୋନି ବର୍ମାଙ୍କ ସହ ହିଁ ନେଇଛନ୍ତି ସାତ ଫେରା। ପ୍ରକାଶ ରାଜ ତାଙ୍କ ବିବାହର ଫଟୋ ଇନ୍ଷ୍ଟାଗ୍ରାମ ହ୍ୟାଣ୍ଡେଲରେ ପୋଷ୍ଟ କରିଛନ୍ତି। ଫଟୋରେ ପ୍ରକାଶ ବର ସାଜିଥିବା ବେଳେ ପୋନି ମଧ୍ୟ ନବବଧୂ ଗେଟ୍ଅପ୍ରେ ଅଛନ୍ତି। ଏହାକୁ ପୋଷ୍ଟ କରି ସେ ଲେଖିଛନ୍ତି, ‘ଆମେ ଆଜି ପୁଣି ଥରେ ବିବାହ କରିନେଲୁ…କାରଣ ଆମର ପୁଅ ବେଦାନ୍ତ ଆମ ବିବାହ ଦେଖିବାକୁ ଚାହୁଁଥିଲା।’
We got married again tonight..because our son #vedhant wanted to witness it ???. Family moments #bliss pic.twitter.com/Vl29VlDQb4
— Prakash Raj (@prakashraaj) August 24, 2021
ବିବାହ ବାର୍ଷିକୀ ସକାଳେ ନିଜ ସ୍ତ୍ରୀ ପାଇଁ ଟ୍ୱିଟରରେ ସେ ଏକ ସୁନ୍ଦର ନୋଟ ଲେଖିଥିଲେ। ସେ ଟ୍ୱିଟ କରିଥିଲେ, ‘ଯାହା ହୋଇଛି ସବୁ ଠିକ ହୋଇଛି…ମୋ ପ୍ରିୟ ପତ୍ନୀକୁ ଧନ୍ୟବାଦ…ମୋର ସବୁଠାରୁ ଭଲ ବନ୍ଧୁ ହୋଇଥିବାରୁ…ମୋ ଜୀବନରେ ଜଣେ ପ୍ରେମିକା ଓ ଜଣେ ମହାନ ସହଯୋଗୀ ହୋଇଥିବାରୁ” । ପ୍ରକାଶ ରାଜ ସୋସିଆଲ ମିଡ଼ିଆରେ ନିଜ ସ୍ତ୍ରୀ ଓ ପିଲାଙ୍କ ସହ କିଛି ଫଟୋ ସେୟାର କରିଥିଲେ ଓ ଲେଖିଥିଲେ, “ଆଜି ରାତିରେ ଆମେ ପୁଣି ବିବାହ କରିଛୁ…କାରଣ ଆମ ପୁଅ ବେଦାନ୍ତ ଆମ ବାହାଘର ଦେଖିବାକୁ ଚାହୁଁଥିଲା #bliss”। ପ୍ରକାଶ ରାଜଙ୍କ ପ୍ରଥମ ପତ୍ନୀଠୁ ଜନ୍ମିତ ଝିଅ ମେଘନା ଓ ପୂଜା ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ।